Home ଓଡ଼ିଶା ଛତିଆ ଛେନା କାକରା ପିଠା ର ଚାହିଦା ଦେଶ ବିଦେଶରେ ବେଶ ଆଦୃତି ଲାଭ କରିଛି by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ଛତିଆ :- ବିଭିନ୍ନ ସୁସ୍ୱାଦୁ ପ୍ରକାର ର ପୀଠାର ବଜାର ପାଲଟିଛି ଛତିଆ ର ଭଟ୍ଟ ସାଗର ବଜାର ଅଞ୍ଚଳରେ । ସୂଚନା ଥାଉକି, ଯାଜପୁର ଜିଲ୍ଲା ଛତିଆ ଦେଇ ଯାଇ ଥିବା ୧୬ ନମ୍ବର ଜାତୀୟ ରାଜପଥ ର ଛତିଆ ଭଟ୍ଟ ସାଗର ବଜାର ର ଉଭୟ ପାର୍ଶ୍ଵରେ ଗଢି ଉଠିଛି ସୁନ୍ଦର ଛେନା କାକରା ର ବଜାର । ରାତି ପାହିଲେ ରାଜ୍ୟ ତଥା ରାଜ୍ୟ ବାହାରର ପଥଚାରୀ ଙ୍କ ଭିଡ ଜମେ ଏହି ଭଟ୍ଟ ସାଗର ବଜାରରେ । ତେବେ ଏହି ସୁସ୍ୱାଦୁ କାକରା ର ଚାହିଦା ଦେଶ ଓ ବିଦେଶରେ ବେଶ ବଢୁ ଥିବା କଥା କହିଛନ୍ତି କାକରା ଗ୍ରାହକ ମାନେ। ତେବେ ଏହି କାକରା ର କ୍ଵଲିଟି ଓ ସ୍ୱତନ୍ତ୍ରତା କଣ ରହିଛି ଯାହାକି ସାଲେପୁର ରସଗୋଲା,କେନ୍ଦ୍ରାପଡା ରସା ବଳି,ପାହାଳ ମିଠା, ଭଳି ଛତିଆ କାକରା କୁ ମାନ୍ୟତା ଦେବା ଆବଶ୍ୟକ ରହିଥିବା କହିଛନ୍ତି କାକରା ପ୍ରିୟ ବିଦେଶୀ ଦେଶୀ ଗ୍ରାହକ ମାନେ । କାରଣ ଏହି କାକରାର ସ୍ୱତନ୍ତ୍ରତା ହେଉଛି ଦେଶୀ ଗୁଆ ଘିଅ , କ୍ଷୀର, ଛେନା ରେ ଏହି କାକରା ପ୍ରସ୍ତୁତ କରାଯାଉ ଥିବା କଥା କହିଛନ୍ତି ଦୋକାନୀ । ବିଶେଷ ଭାବରେ ଏହି କାକରା ୩ ରୁ ୫ ଦିନ ପର୍ଯ୍ୟନ୍ତ ତାଜା ରହିଥାଏ, କାକରା ତିଆରି କରିବା ପାଇଁ ଦେଶୀ ଗାଈ ର ଛେନା, କ୍ଷୀର,ମଇଦା,ଚିନି,ଲୁଣ, ଗୋଲମରିଚ, ଅଳେଇଚ, ଗୁଜୁରାତି ଦିଆଯାଇ ପ୍ରସ୍ତୁତ କରାଯାଏ । କାକରା ପ୍ରସ୍ତୁତ କରୁଥିବା ଦୋକାନୀ ୧୬ ନମ୍ବର ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵରେ ହୋଇ ଥିବାରୁ ଜାତା ୟତ କରୁଥିବା ମାନଙ୍କୁ ଆକର୍ଷିତ କରିଥାଏ। ବାଟୋଇ ମାନେ ଏହି କାକରା କୁ ଖାଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି, ଦିନ ଓ ରାତି ଏହି ଦୋକାନ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ । ତେବେ ଛତିଆ ଭଟ୍ଟ ସାଗର ବଜାରର କାକରା ପିଠାର ଦିନକୁ ଦିନ ରାଜ୍ୟ ତଥା ଦେଶ ବିଦେଶରେ ଚାହିଦା ବଢୁ ଥିବାରୁ ଏହି କାକରା ପିଠାକୁ ସରକାର ମାନ୍ୟତା ଦେବା ପାଇଁ ବୁଦ୍ଧିଜୀବି ମାନେ ଦାବି କରି ଥିବା ଦେଖିବାକୁ ମିଳିଛି । (ଛତିଆ ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି) Categories: ଓଡ଼ିଶା, ଯାଜପୁର, ହୋମ୍ Related Content ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026 କାରିଗରଙ୍କ ସହିତ ବିଶ୍ୱକର୍ମାଙ୍କ ଆଶୀର୍ବାଦ ଅଛି, ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ by Proprietor Abhimanyu Maharana September 7, 2026