ଉତ୍କଳ ଗୌରବ କଳାକାର ସଂଘ ର ସମ୍ବର୍ଦ୍ଧନା ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର )ବରଗଡ଼ :- ବରଗଡ଼ କଲେଜ ରୋଡ଼ ସ୍ଥିତ ଉତ୍କଳ ଗୌରବ କଳାକାର ସଂଘ ପକ୍ଷରୁ ଆଜି ଓଡିଶା ସଂଗୀତ ନାଟକ ଏକାଡେ଼ମୀ ପକ୍ଷରୁ ସମ୍ମାନ ପ୍ରାପ୍ତ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଘ ର ନିଜସ୍ଵ କାର୍ଯ୍ୟାଳୟ କାଦମ୍ବିନୀ ମଣ୍ଡପ ଠାରେ ଆୟୋଜିତ ଉତ୍ସବରେ ସଭ୍ୟ ସଭ୍ୟା ଉପସ୍ଥିତ ରହି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ସଂଘ ବରିଷ୍ଠ ସଭ୍ୟ ସିନେ ଅଭିନେତା ପୃଥିରାଜ ନାଏକ,ସିନେ ନିର୍ଦ୍ଦେଶକ ଲିଟୁ ମହାନ୍ତି , ଜୟନ୍ତ ମହାରଣା ପ୍ରମୁଖ ବହୁ କଳାକାର ଉପସ୍ଥିତ ରେ ଉଭୟ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବୟୋଜ୍ୟେଷ୍ଠ ନିର୍ଦ୍ଦେଶକ ହରିହର ମିଶ୍ର ଙ୍କୁ ମଞ୍ଚ ନିର୍ଦ୍ଦେଶନା ପାଇଁ ଏବଂ ଉତ୍କୃଷ୍ଟ ମଞ୍ଚ ଅଭିନୟ ପାଇଁ ଅଭିନେତ୍ରୀ ଶୁଶିଲା ନାୟାର ଙ୍କୁ ୨୦୨୦ ମସିହା ପାଇଁ ସଂଗୀତ ନାଟକ ଏକାଡେ଼ମୀ ସମ୍ମାନ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଦାନ କରାଯାଇଥିଲା । (ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )

Exit mobile version