ଅଙ୍ଗନୱାଡି କର୍ମୀ ଚୟନକୁ ନେଇ ଅନେକ ପ୍ରଶ୍ନ , ଉଠିଲା ଅନିୟମିତତା ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର )କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୩୮୮  / ୨୯,  ୭, ୨୦୨୧ ତାରିଖରେ ଅଙ୍ଗନୱାଡି କର୍ମୀ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଗତ ୧୩-୮-୨୧ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ୟମରେ ଆବଶ୍ୟକୀୟ ପ୍ରମାଣ ପତ୍ର ଦାଖଲ କରିବାର ଅବଧି ଥିଲା। ତେବେ ଗତ ୧୬ ତାରିଖ ଦିନ ବ୍ଲକ କମିଟି ଓ.ସି.ଡି.ସି.ଓ ଙ୍କ ଅଧ୍ୟକ୍ଷତାରେ ଆବଶ୍ୟକୀୟ ପ୍ରମାଣ ପତ୍ର ଯାଞ୍ଚ ପ୍ରକ୍ରିୟାକୁ ନେଇ ନର୍ଲା ସମରକଟା ଗ୍ରାମର ନିରାଶ କୁମାର ଓ କୁରମେଲ ପଞ୍ଚାୟତର ଆରତୀ ଗଉଡ ଦୁହେଁ ଅଙ୍ଗନୱାଡି କର୍ମୀ ଚୟନକୁ ନେଇ ଅନିୟମିତତା ଦର୍ଶାଇ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କ ଜରିଆରେ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ କ୍ରମେ ରୁପ୍ରା ପଞ୍ଚାୟତ ଟୁଟିଙ୍ଗ ଗ୍ରାମର ଭାରତୀ ସୁନା ନାମରେ ସମରକଟା ଗ୍ରାମର ଅଙ୍ଗନୱାଡି କର୍ମୀ ପଦବୀ ପାଇଁ ଅନଲାଇନ କରାଯାଇଥିବା ଓ ପରବର୍ତ୍ତୀ ସମୟରେ ସିଡିପିଓ ଅଫିସ ତରଫରୁ ମୂଳ ପ୍ରମାଣ ପତ୍ର ଯାଞ୍ଚ ସମୟରେ ଅନୁପସ୍ଥିତି ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ହୁଏ ଭାରତୀ ସୁନା ଜଣେ କି ଆଉ କିଏ ? ଯଦି ଜଣେ ତେବେ ଦୁଇଟି ଗାଁରେ କାହିଁକି ଆବେଦନ କଲେ ? ଏହି ସବୁ ସମସ୍ୟାକୁ ନେଇ ଅଙ୍ଗନୱାଡି କର୍ମୀ ପଦବୀ ପୂରଣରେ ଅନିୟମିତତା ନ ହୁଏ ସେଥିପାଇଁ 5ଟି ସଚିବଙ୍କ ପାଖରେ ନର୍ଲା ବାସିନ୍ଦା ସନ୍ତୋଷ କୁମାର ପାତ୍ର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।  ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version