ମାନବବାଦ ସଂଗଠନର : ମୁଖ୍ୟ ମାନସ ଦାସଙ୍କୁ  ଅପରାହ୍ନରେ ଭୁବନେଶ୍ୱର ସହିଦନଗରରୁ ଖୋର୍ଦ୍ଧା ପୋଲିସ ଗିରଫ କରିଥିଲା  

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର  ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିଲା ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସଙ୍କୁ ବାନ୍ଧିଥିଲା । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ କହିବା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଭିମାନପୁର ଗାଁର ସତ୍ୟବ୍ରତ ନାଏକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସେ ଏଫ୍‌ଆଇଆର୍‌ରେ ୮ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ଅପହରଣ, ହତ୍ୟା ଓ ଧମକଚମକ ଦେବା ଭଳି ଦଫାରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୪ ତାରିଖରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା I ଏଥିରେ ସମାନ ଭାବରେ ସାମିଲ ଥିଲା ତା ‘ପୁଅ । ବାପା ପୁଅ ଙ୍କ ହିଂସ୍ରତା ଚରମ ସୀମାରେ ପହଞ୍ଚିଥିଲା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ।

ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ରେ ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ମାଡ଼ ମାରୁଥିବା ର ଦେଖା ଯାଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ । ତେବେ ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରିବା ସହିତ ଗୁରୁବାର ମାନସଙ୍କୁ ଉଠାଇ ନେଇଛି । ସଂଗଠନ କର୍ମକର୍ତ୍ତାଙ୍କ ଭୟରେ ମାଗୁଣୀ ଏବଂ ତାଙ୍କ ପୁଅ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ସେପଟେ ଘଟଣା ପଛରେ ମାନବବାଦ ସଂଗଠନର ମୁଖ୍ୟ ଓକିଲ ମାନସ ଦାସ ରହିଥିବା , ମାଡଖାଇଥିବା ବ୍ୟକ୍ତି ମାଗୁଣୀ ନାୟକ କହିଥିଲେ । ଏହି ଘଟଣା ସହ ବହୁ ଅପରାଧିକ ମାମଲାରେ ପୋଲିସ ମାନସ ଦାସଙ୍କୁ ଉଠାଇ ନେଇଥିବା ଜଣାପଡିଛି ।ପୁଲିସ ତାଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡ଼ଯନ୍ତ୍ର, ପ୍ରମାଣ ନଷ୍ଟ କରିଦେବା ଭଳି ବହୁ ଗୁରୁତର ଦଫା ଲଗାଇଛି । ତାଙ୍କ ନାଁରେ ହତ୍ୟା ନେଇ ଦଫା ୩୦୨ ଲଗାଇଛି ପୁଲିସ ।  ଏଥିସହ ଦଫା ୩୬୩, ୩୬୪, ୨୦୧, ୧୨୦ବି, ୩୪ IPC ଲାଗିଛି । ଏହାଛଡ଼ା ମାନସଙ୍କ ବିରୋଧରେ ବହୁ ପୁରୁଣା ମାମଲାରେ ଅଭିଯୋଗ ହେଉଛି ।

ତାଙ୍କୁ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା । ପରେ ତାଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି ।

Exit mobile version