ନୂଆଁଖାଇରେ ଯୁକ୍ତ ୩ ନାମଲେଖା : ବିରୋଧ କଲେ ଏଭିବିପି ଏବଂ କୋସଲ ସେନା

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ବରଗଡ଼ :- ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ ଏହାକୁ ନେଇ ଛାତ୍ର ସଂଗଠନ ଏଭିବିପି ଏବଂ କୋସଲ ସେନା ବିରୋଧ କରିଛନ୍ତି । ନୂଆଁଖାଇରେ ନାମଲେଖାକୁ ବିରୋଧ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ କୋଶଲ ସେନା ପକ୍ଷରୁ ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଆସନ୍ତା ୧୧ତାରିଖରୁ ୩ ଦିନ ପର୍ଯ୍ୟନ୍ତ ନୂଆଁଖାଇ ଛୁଟି ଘୋଷଣା କରିବାକୁ କୋଶଲ ସେନା ଦାବି କରିଛି । ସେହିପରି ୧୪ ତାରିଖରୁ ଯୁକ୍ତ ୩ ନାମଲେଖା ଆରମ୍ଭ କରିବା ପାଇଁ ଏବିଭିପି ଦାବି କରିଛି । ଏବିଭିପିର ରାଜ୍ୟ ସହ ସମ୍ପାଦିକା ଯାଜ୍ଞସେନୀ ମହାପାତ୍ର, ଅନୁପମା ସେଠ, ସୁଭଦ୍ରା ନାଏକ, ନୂତନ ପ୍ରଧାନ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ । ସେହିପରି କୋଶଲ ସେନାର ବିରବଲ ମହାକୁର, ଅଶୋକ ଛତର, ରୋଶନ ପ୍ରଧାନ, ସୁଦର୍ଶନ ହାତୀ, ରାହୁଲ କୁମାର ବାରିକ ପ୍ରମୁଖ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Exit mobile version