ଜିଲ୍ଲାରେ ମରୁଡି ପରିସ୍ଥିତି ରୁ ନଜର ହଟେଇବା ପାଇଁ ବିଜେଡି ସାର ଆନ୍ଦୋଳନ କରୁଛି : ଆପ୍

ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ବରଗଡ଼ :- କୃଷି ପାଇଁ ବ୍ୟବହୃତ ରାସାୟନିକ ସାର ର ଅଭାବୀ ପରିସ୍ଥିତି କୁ ନେଇ ଶାସକ ବିଜୁ ଜନତା ଦଳ ଏବେ କେନ୍ଦ୍ର କୁ ଦାୟୀ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁ ଥିବା ବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ଏବେ ସାଙ୍ଘାତିକ ହେବାକୁ ଯାଉଥିବାରୁ ଶାସକ ଦଳ ଲୋକଙ୍କ ନଜର ହଟେଇବା କୁ ଏହି ଆନ୍ଦୋଳନ କରୁଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ସେପ୍ଟେମ୍ବର ମାସରେ ଅଧିକାଂଶ ଚାଷ କାମ ସରି ଯାଇଥାଏ ତେଣୁ ବିଜେଡି ଜୁଲାଇ, ଅଗଷ୍ଟ ରେ ଆନ୍ଦୋଳନ କରିବା ପରିବର୍ତ୍ତେ ଲୋକ ଦେଖାଣିଆ ସେପ୍ଟେମ୍ବର ମାସରେ ନୁଆଁଖାଇ ପୂର୍ବରୁ ଆନ୍ଦୋଳନ କରିବା ଚାଷିଙ୍କୁ ଭୁଆଁ ବୁଲାଇବା ସଦୃଶ ବୋଲି ଆପ୍ କହିଛି ।

ଜିଲ୍ଲାରେ ସାର କଳା ବଜାରି ଓ ସୁଷମ ବଣ୍ଟନ ର ଅଭାବ ଯୋଗୁଁ ୟୁରିଆ ୨୬୮ ଟଙ୍କା ଯାଗା ରେ ୭୦୦ ଟଙ୍କା ରେ ଚାଷୀ କିଣିବା କୁ ବାଧ୍ୟ ହେଲେ ଓ ପ୍ରଶାସନ ଚୁପ ହୋଇ ରହିଲା । ବରଗଡ଼ ଜିଲ୍ଲାରେ ଏବେ ମରୁଡି ପରିସ୍ଥିତି ଦେଖା ଦେଇଥିବା ରୁ ସରକାର ନିଜର ବିଫଳତା ଚପେଇବା ପାଇଁ ସାର କୁ ଏକ ପ୍ରସଙ୍ଗ କରୁଛି ବୋଲି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ଜିଲ୍ଲାରେ ଆଠ ହଜାର ଗଭୀର ନଳକୂପ ବିନା ବିଦ୍ୟୁତ ସଂଯୋଗ ଯୋଗୁ ପଡ଼ି ରହିଥିବାରୁ ମରୁଡି ପରିସ୍ଥିତି ଦେଖାଦେଲାଣି ।

ରାଜ୍ୟରେ ବିଜୁ କୃଷକ କଲ୍ୟାଣ ଯୋଜନା ଫେଲ ମାରି ଥିବା ବେଳେ ଚାଷୀ ଏବେ ମରୁଡି ର ସମ୍ମୁଖୀନ ହେଲେଣି । ସେହିପରି ବିଜେପି ସରକାର ନିମ କୋଟେଟ ୟୁରିଆ ଆସିଲେ କଳା ବଜାରି ରୋକା ଯିବ ବୋଲି କହିଥିଲେ କିନ୍ତୁ ତାହା କୌଣସି ଫଳ ମିଳିଲା ନାହିଁ । ଉଭୟ ବିଜେଡି ଓ ବିଜେପି ସହଯୋଗୀ ଭାବେ କାମ କରୁଥିବାରୁ ଏହା କେବଳ ଲୋକଙ୍କୁ ଭୁଆଁ ବୁଲେଇବା କାମ ବୋଲି ଆପ୍ ରାଜ୍ୟ ସଂପାଦକ ଅମିତାଭ ପାତ୍ର କହିଛନ୍ତି । ସେହିପରି ରାଜ୍ୟରେ ଥିବା ସାର କାରଖାନା କୁ ବିଜେଡି ସରକାର ବନ୍ଦ କରିଥିବା ବେଳେ ଚାଷୀ ଙ୍କ ପାଇଁ କୁମ୍ଭୀର କାନ୍ଦଣା କୁ ଲୋକେ ଠିକ ରେ ବୁଝି ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Exit mobile version