ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜରୁରୀ କାଳୀନ ଆମ୍ବୁଲାନ୍ସ ର ଅଭାବ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଯାହା ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ତଥା ଜିଲ୍ଲାର ମୁଖ୍ୟ ସିଖିଚଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥିତ ଉକ୍ତ ସ୍ଥାନରେ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ର ଉପଲବ୍ଧି ନଥିବା ଶୁଣିବାକୁ ପାଉଛୁ । ପାରଳାଖେମୁଣ୍ଡି ସହରରେ କିଛି ଦୁର୍ଘଟଣା ଘଟିବା ରୁ 108 ନଂ ଜରୁରୀ କାଳୀନ ସେବାକୁ କଲ କରି ଆମ୍ବୁଲାନ୍ସ ସେବା ପାଇଁ ଚେଷ୍ଟା କରିବା ତେବେ ଆପଣଙ୍କୁ ସେଠାରୁ ଉତ୍ତର ଆସିବା ପାରଳାଖେମୁଣ୍ଡିରେ ଆମ୍ବୁଲାନ୍ସ ବର୍ତ୍ତମାନ ଉପଲବ୍ଧି ନାହିଁ ଯଦି ଆପଣ ମାନେ ଅପେକ୍ଷା କରିବେ ତେବେ ଦୀର୍ଘ 27କିମି ଦୂରରେ ଆମ୍ବୁଲାନ୍ସ ଅଛି

ପଠାଯିବ ଏହାର ଅର୍ଥ ଯାହା ମୋର ଚିନ୍ତା ଧାରା ଜଣେ ବ୍ୟକ୍ତି କୁ ଅମ୍ଳଜାନ ଅନ୍ତ୍ୟନ୍ତ ଆବଶ୍ୟକ କିନ୍ତୁ ଉକ୍ତ ରୋଗୀକୁ କୁହା ଯାଉଛି ଟିକିଏ ଅପେକ୍ଷା କର ଅମ୍ଳଜାନ ବର୍ତ୍ତମାନ ବାଟରେ ଅଛି ଅଧଘଣ୍ଟା ରେ ପହଞ୍ଚିବ ଆଉ ଆମ୍ଭେ ତୁମକୁ ଦେବୁ ଉକ୍ତ ଅଧଘଣ୍ଟା ରେ ବ୍ୟକ୍ତି ଜଣକ ବଞ୍ଚିପାରିବକି ? ସରକାର କଲି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତି ଯେ ଆମ୍ଭେ ଆମ୍ବୁଲାନ୍ସ ସେବା ଭରପୁର ଯୋଗାଇଛି ପ୍ରତୀକ ଜିଲ୍ଲାରେ ଆବଶ୍ୟକତା ଠୁ ଅଧିକ ଆମ୍ବୁଲାନ୍ସ ଯୋଗାଇଦେଉଛୁ କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା ନିରୀହ ପ୍ରଜାଙ୍କୁ ମିଛ କହି ଠକୁଥିବା ଜଣାପଡୁଛି । (ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version