Home ଅପରାଧ ବନ ବିଭାଗ ତରଫରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ଚାରିଜଣ ଚାଲାଣକାରୀ ଗିରଫ – ଦୁଇ ମୋଟରସାଇକେଲ ଜବତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର) ବାଲିଗୁଡ଼ା :- ବଜ୍ରକାପ୍ତା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡା ବ୍ଲକ ମିଡ଼ିଆକିଆ ଅଞ୍ଚଳରେ ଜଣଙ୍କ ପାଖରେ ବଜ୍ରକାପ୍ତା ଥିବା ଓ ସେ ତାହା ବିକ୍ରି କରିବାକୁ ଚାହୁଁଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ବାଲିଗୁଡ଼ା ବନଖଣ୍ଡର ଡିଏଫ୍ଓ ବିଶ୍ବରାଜ ପଣ୍ଡାଙ୍କ ନିର୍ଦ୍ଦେଶନାରେ ବନବିଭାଗ ପକ୍ଷରୁ ଗ୍ରାହକ ଭାବରେ ସମ୍ପୃକ୍ତ ବ୍ୟକ୍ତିସହ ଯୋଗାଯୋଗ କରାଯାଇଥିଲା । ଦେଣନେଣ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଠିକ୍ ହୋଇଥିଲା ଉଭୟଙ୍କ ମଧ୍ୟରେ । ଏହାପରେ ଡିଏଫ୍ଓଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ବନବିଭାଗର ଏହି ଟିମ୍ ବାଲିଗୁଡ଼ା ଥାନା ମିଡ଼ିଆକିଆ ନିକଟ ଏକ ପୋଲ ନିକଟରେ ଗ୍ରାହକ ବେଶରେ ପହଁଚିଥିଲେ । ବାଲିଗୁଡ଼ା ବନଖଣ୍ଡର ଏସିଏଫ ଡ.ରୁଦ୍ରପ୍ରସାଦ ରଥ,ବନାଞ୍ଚଳ ଅଧିକାରୀ ଉଦିତ୍ କୁମାର ପ୍ରଧାନଙ୍କ ସମେତ ୧୦ ଜଣିଆ ଏକ ସ୍ବତନ୍ତ୍ର ଟିମ୍ ପହଁଚି ଚାଲାଣକାରୀଙ୍କ ସହ ବଜ୍ରକାପ୍ତା କିଣିବା ପାଇଁ ମୁଲଚାଲ କରିଥିଲେ । ଏହାପରେ ସେମାନଙ୍କ ନିକଟରୁ ୧୦୫ ସେଣ୍ଟିମିଟର ଲମ୍ବର ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି ବନବିଭାଗ । ଘଟଣାରେ ଚାରିଜଣ ଚାଲାଣକାରୀଙ୍କୁ ଗିରଫ କରିବାସହ ଗୋଟିଏ ଗ୍ଲାମର ମୋଟରସାଇକେଲ ଓ ଗୋଟିଏ ଜୁପିଟର ସ୍କୁଟି ଜବତ କରିଛି ବନବିଭାଗ । ଏହି ରାକେଟରେ ଆଉ କିଏ କିଏ ସମ୍ପୃକ୍ତ ସେନେଇ ଅଧିକ ଖୋଳତାଡ଼ କରୁଛି ବନବିଭାଗ । ଗିରଫ ଚାରିଜଣଙ୍କ ମଧ୍ୟରେ ମହାସିଙ୍ଗି ଗ୍ରାମର ମହାଦେବ ବେହେରଦଳାଇ, ପାରିଗଡ଼ର ଭିମସେନ ବଡ଼ସେଠ୍,କ.ନୁଆଗାଁ ଥାନା ଅଞ୍ଚଳର ସୁକଦେବ ଦିଗାଳ ଓ ଟିକାବାଲି ପଣଷପଦର ଗ୍ରାମର ସିତାଂଶୁ ମୁଖୀ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । (ରିପୋର୍ଟ /ସଞ୍ଜୟ କୁମାର ପାଣିଗ୍ରାହୀ ) Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ପ୍ରଶାସନ ଶୁଣିଲାନି, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ପରେ ପ୍ରତିଶ୍ରୁତି by Proprietor Abhimanyu Maharana October 3, 2026 ଐତିହାସିକ ଗାନ୍ଧୀ ପୀଠ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୭ ତମ ଜନ୍ମ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଯୁବ ଉଦ୍ୟୋଗୀ ଟିଟନ ସାହୁଙ୍କୁ ବିଶ୍ୱସ୍ତରୀୟ ଉତ୍କର୍ଷ ସମ୍ମାନ ପ୍ରଦାନ by Proprietor Abhimanyu Maharana October 3, 2026 ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana October 3, 2026 ବିଶ୍ୱନାଥ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ by Proprietor Abhimanyu Maharana October 3, 2026 ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ : ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତାର ବାର୍ତ୍ତା ନେଇ ସହର ପରିକ୍ରମା କଲେ ଛାତ୍ରଛାତ୍ରୀ by Proprietor Abhimanyu Maharana October 2, 2026