ଓଡ଼ିଶାକୁ ସାର ଯୋଗାଇବା ଦାବି ରେ ବିଜେଡ଼ିର ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର) ବରଗଡ଼ :- କୃଷି ପ୍ରଧାନ ଓଡ଼ିଶାରେ ଏବଂ ବରଗଡ଼ ଜିଲ୍ଲା ରେ ସାରର ଅଭାବ ଲାଗି ରହିଛି। କେନ୍ଦ୍ର ସରକାର ଓଡ଼ିଶା କୁ ଆବଶ୍ୟକ ପରିମାଣରେ ସାର ଯୋଗୁଉ ନାହାନ୍ତି। ରାଜ୍ୟ ସରକାର ଙ୍କ ପକ୍ଷରୁ କେନ୍ଦ୍ର ସରକାର ଙ୍କୁ ଯେତେ ଚିଠି ଲେଖିଲେ ମଧ୍ୟ ସୁଫଳ ମିଳୁ ନାହିଁ।ଫଳରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ସମେତ ବରଗଡ଼ ଜିଲ୍ଲା ରେ ମଧ୍ୟ ସବୁବେଳେ ସାରର ଅଭାବ ପରିଲକ୍ଷିତ ହେଉଛି। ଆସନ୍ତା ଦିନରେ ଦେଢ଼ ଲକ୍ଷ ଟନ୍ ସାର ଯୋଗାଇ ଦେବା ଦାବି ରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

କେନ୍ଦ୍ର ସରକାର ଆଗାମୀ ଦିନରେ ସାର ଯୋଗାଇ ନଦେଲେ ଆନ୍ଦୋଳନ ଆହୁରି ତୀବ୍ର ତର ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ। ବିଜୁ କୃଷକ ଜନତା ଦଳ ର ଜିଲ୍ଲା ସଭାପତି ଗୈ।ରହରି ମିଶ୍ର ଙ୍କ ପରିଚାଳନା ଆୟୋଜିତ ସଭା ରେ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳ ର

ଜିଲ୍ଲା ସଭାପତି କରନ ସିକନ୍ଦର, ମହେନ୍ଦ୍ର କୁମାର ମେହେର,ସାଧୁ ନେପାକ, ନରେନ୍ଦ୍ର ହୋତା, ବରଗଡ଼ ବ୍ଲକ ସଭାପତି ପ୍ରଫୁଲ୍ଲ କୁମାର ନାଏକ,ସମୀର ସିଂ, ଜନାର୍ଦ୍ଦନ ପାଣିଗ୍ରାହୀ, ଶ୍ରୀ ବତ୍ସ ଛତର, ଶକୁନ୍ତଳା ମହାପାତ୍ର, କଳ୍ପନା ମାଝୀ ତଥା ବିଭିନ୍ନ ଅଞ୍ଚଳ ରୁ ଚାଷୀ କର୍ମୀମାନେ ସାମିଲ ହୋଇଥିଲେ। ପରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କୁ ପ୍ରଦାନ କରାଯାଇଥିଲା ।  (ସତ୍ୟ ନାରାୟଣ ପ୍ରଧାନ) 

Exit mobile version