ଦୁଷ୍କର୍ମକାରୀଙ୍କୁ ଗିରଫ ଦାବୀରେ ଏସ୍‌ପି ଏବଂ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଭୀମ ଆର୍ମିରେ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ବରଗଡ଼ :- ଗତ ଦିନ ରେ ଗାଇସୀଲେଟ ବ୍ଲକ ଅଞ୍ଚଳରେ ଘଟି ଯାଇଥିବା ଗଣ ଦୁଷ୍କର୍ମ ଘଟଣା ର ଦୋଷୀ ମାନଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ବରଗଡ଼ ଏସ୍‌ପି ଅଫିସ ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଓଡିଶା ଭୀମ ଆର୍ମି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଞ୍ଚଳର ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ବାର ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ଦାବୀରେ ବରଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ କାରୀ ମାନେ ଧାରଣା ଦେଇଥିଲେ।

ବରଗଡ଼ ଏନ. ଏଚ.ଆଇବିରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବରଗଡ଼ ଜିଲ୍ଲା ପୋଲିସ ଓ ପ୍ରଶାସନଙ୍କ ଅବହେଳା ଉପରେ ବର୍ଷିଥିଲେ ଭୀମ ଆର୍ମିର ନେତୃ ବୃନ୍ଦ। ପ୍ରଥମେ ଏସପି ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀ ଙ୍କ ବିରୋଧରେ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।ଖୁବଶୀଘ୍ର ପିଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ବରଗଡ଼ ବନ୍ଦ କରିବାକୁ ଆନ୍ଦୋଳନ କିରୀମାନେ ଚେତାବନୀ ଦେଇଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version