ପ୍ରତିଶୃତି ପରେ ହସ୍ପିଟାଲ ଆନ୍ଦୋଳନ ସ୍ଥଗିତ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ବରଗଡ଼ :- ଗତ ମଙ୍ଗଳବାର ଦିନରୁ ଚାଲିଥିବା ହସ୍ପିଟାଲ ଆନ୍ଦୋଳନ ପୋଲିସ ପ୍ରଶାସନ ଓ ହସ୍ପିଟାଲ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ସ୍ଥଗିତ ରଖାଯାଇଛି । ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସିସିଟିଭି ଲଗେଇବା, ଗେଟ ସମ୍ମୁଖରେ ସ୍କ୍ରିନିଂ, ପୋଲିସ ଗାର୍ଡ, ପେଟ୍ରୋଲିଂ ଓ ଉନ୍ନତ ଚିକିତ୍ସା ସେବା ଦେବା ପାଇଁ ହସ୍ପିଟାଲ ବଞ୍ଚାଅ ଅଭିଯାନ ର ଦାବୀ କୁ ଗ୍ରହଣ କରି ପଦକ୍ଷେପ ନେବାକୁ ପ୍ରତିଶୃତି ଦେବା ପରେ ଧାରଣ ରୁ ଓହରି ଥିଲେ ଆନ୍ଦୋଳନକାରୀ । କିନ୍ତୁ ଏହି ଦାବୀ ପୂରଣ ନହେଲେ ପୁଣି ଆନ୍ଦୋଳନ କରିବ ବୋଲି କହିଛି ସଂଗଠନ ।

ଉପଖଣ୍ଡ ପୋଲିସ ଅଧିକାରୀ ପ୍ରମୋଦ କୁମାର ଗୋଛାୟତ, ଟାଉନ ଥାନା ଅଧିକାରୀ ସଦାନନ୍ଦ ପୁଝାରୀ ଓ ହସ୍ପିଟାଲ ଇନଚାର୍ଜ ଡା. ରାଧେଶ୍ୟାମ ଅଗ୍ରୱାଲ ଧାରଣା ସ୍ଥଳକୁ ଆସି ଆଲୋଚନା କରିଥିଲେ । ଗତ ମଙ୍ଗଳବାର ଭୋର ସକାଳୁ କିଛି ଦୁର୍ବୁତ୍ତ ହସ୍ପିଟାଲରେ ଡାକ୍ତର, ଷ୍ଟାଫ, ରୋଗୀଙ୍କୁ ମାଡ ମାରିବା ଓ ଭଙ୍ଗାରୁଜା କରିବା ଅଭିଯୋଗ ହୋଇଥିଲା ଏହାର ପ୍ରତିବାଦରେ ଆନ୍ଦୋଳନ ବୁଧବାର ଦ୍ଵିତୀୟ ଦିନରେ ପହଂଚି ଥିଲା ।

ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କୁ ଉନ୍ନତ କରିବା ପାଇଁ ଆଗାମୀ ଦିନରେ ଜିଲ୍ଲାପାଳ, ସିଡ଼ିଏମଓ ଓ ଜନ ପ୍ରତିନିଧି ଙ୍କ ସହ ବରଗଡ଼ ର ସଚେତନ ନାଗରିକଙ୍କ ଏକ ଆଲୋଚନା ଧାର୍ଯ୍ୟ କରିବାକୁ କୁହାଯାଇଛି । ହସ୍ପିଟାଲ ବଞ୍ଚାଅ ପକ୍ଷରୁ ରମେଶ ମହାପାତ୍ର, ସିବାନନ୍ଦ ମଟାରୀ,ସାରଥୀ ମେହେର,ଦିନେଶ ଶର୍ମା, ଆମ୍ ଆଦମୀ ପାର୍ଟି ରୁ ଭବାନୀ ସାହୁ, ମରିୟମ ବାର୍ଳା, ଅସିତ ସାହୁ, ମମତା ବେହେରା, ଖୁସ୍ ନୁମା ଵେଗମ, ବିଜେପି ରୁ ସୀମା ସିଂ,ଜରନାଲିଷ୍ଟ ଆସୋସିଏସନ ବରଗଡ଼ ସଭାପତି ରବିନାରାୟଣ ପଣ୍ଡା, ସାମ୍ବାଦିକ ରମଣୀ ବେହେରା, ବିଶ୍ୱ ସା ଉପସ୍ଥିତ ରହି ଥିଲେ ।(ସତ୍ୟ ନାରାୟଣ ପ୍ରଧାନ)

Exit mobile version