ଡିଜେଲ୍ ଚୋରି ଘଟଣା : ନୂଆଗାଁ ଥାନା ସମ୍ମୁଖରେ – ଡ୍ରାଇଭର ମହାସଂଘ ର ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସୁଭଲକ୍ଷ୍ମି ଢାବା ନିକଟରୁ ,୩ ଟି କ୍ରୋମାଇଟ ବୋଝେଇ ଟ୍ରକ ରୁ ଡିଜେଲ୍ ଚୋରି ହୋଇଥିବା ନେଇ ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ ସୋମବାର ରାତ୍ର ୧୨ ଟା ସମୟରେ ୩ ଟି ଟ୍ରକ୍ ଉକ୍ତ ଢାବା ନିକଟରେ ରଖି ଡ୍ରାଇଭର୍ ଓ ହେଲଫର୍ ଖାଦ୍ୟ ଖାଇ ବିଶ୍ରାମ ନେଇଥିଲେ ।

ମଙ୍ଗଳ ବାର ସକାଳ ସମୟରେ ଦେଖିଲା ବେଳକୁ ଗୋଟିଏ ଟ୍ରକ୍ ର ତେଲ ଟାଙ୍କି ଭାଙ୍ଗିଯିବା ସହ ଡିଜେଲ୍ ନଥିବା ଜଣାପଡିଥିଲା । ଅନ୍ୟ ଦୁଇଟି ଟ୍ରକ୍ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବା ପରେ ଏ ନେଇ ନୂଆଗାଁ ଥାନା ରେ ଡ୍ରାଇଭର୍ ମାନେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା କୁ ନେଇ ନୟାଗଡ ଜିଲ୍ଲା ଡ୍ରାଇଭର୍ ମହାସଂଘ ନୂଆଗାଁ ଥାନା ସମ୍ମୁଖରେ ରାତ୍ର ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ଧାରଣା ଦେଇଥିଲେ ।

ଯାହା ଫଳରେ ୫୭ ନଂ ଜାତୀୟ ରାଜପଥ ଉଭୟ ପାର୍ଶ୍ଵରେ ପ୍ରାୟ ୩ କି ମି ପର୍ଯ୍ୟନ୍ତ ଗାଡ଼ି ମଟର ଜମା ହୋଇରହିଥିଲା । ନୂଆଗାଁ ପୁଲିସ୍ ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ଏସ୍ ଡି ପି ଓ ,ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ପହଞ୍ଚି ବୁଝାବୁଝି କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version