ବନପାଳ ଙ୍କ ଚଢ଼ାଉ : ବାଇକ୍ ସମେତ ପକ୍ଷୀ ଧରା ଫାସ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅଧିନରେ ଥିବା ହାତୀମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ମହିତମା ବନପାଳ ଚଢ଼ାଉ କରି ଏକ ବାଇକ୍ ସମେତ ପକ୍ଷୀ ଧରା ଫାସ ଜବତ କରିଛନ୍ତି ।

ସୂଚନା ଅନୁଯାୟୀ ହାତୀ ମୁଣ୍ଡା ସଂରକ୍ଷିତ ଜଙ୍ଗଲରେ ପକ୍ଷୀ ଧରା ଫାସ ଦ୍ଵାରା ପକ୍ଷୀ ଧରା ହେଉଥିବା ନେଇ ଖବର ପାଇ ମହିତମା ବନପାଳ ରାକେଶ କୁମାର ସାହୁ, ବନରକ୍ଷୀ ଶ୍ରୀକାନ୍ତ ନାୟକ ଙ୍କୁ ନେଇ ଚଢ଼ାଉ କରିଥିଲେ । ଚଢ଼ାଉ କରି ଏକ ବାଇକ୍ ( ଓ ଆର୍ ୨୫ ବି ୧୪୫୪) ଜବତ କରିବା ସହ ପକ୍ଷୀ ଧରା ଫାସ ଜବତ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version