ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ଭୋଡାଫୋନ୍ ଆଇଡିଆ,ଶନିବାର, ଏପ୍ରିଲ 18.4.2020 :- ଲକ୍ଡାଉନ୍ ସମୟରେ ଓଡ଼ିଶାବାସୀ ଯେଭଳି ଯୋଗାଯୋଗରେ ରହିପାରିବେ ସେଥିପାଇଁ ଭୋଡାଫୋନ୍ ଆଇଡିଆ ତରଫରୁ ବିଭିନ୍ନ ପ୍ରକାର ସେବାକୁ ଗ୍ରାହକମାନଙ୍କ ପାଖରେ ପହଂଚାଉଥିବା ବେଳେ ଡିଜିଟାଲ୍ ମାଧ୍ୟମରେ ରିଚାର୍ଜ କରିବାର ସୁବିଧା ପ୍ରଦାନ କରୁଛି । ଲକ୍ଡାଉନ୍ ଯୋଗୁଁ ଖୁଚୁରା ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଭୋଡାଫୋନ୍ ଆଇଡିଆ ତରଫରୁ ଫିଚର ଫୋନ୍ ଓ ସ୍ମାର୍ଟଫୋନ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବ୍ୟାଙ୍କ ଏଟିଏମ୍, ଆପ୍ ଏବଂ ୱେବସାଇଟ୍ ଜରିଆରେ ଶୀଘ୍ର ରିଚାର୍ଜ କରିବାର ସୁବିଧା ପ୍ରଦାନ କରୁଛି । ଏହି ପ୍ର୍ରକ୍ରିୟା ବୁଝିବାକୁ ବହୁତ ସହଜ ଓ ସରଳ । ଗ୍ରାହକମାନେ ସେମାନଙ୍କ ନମ୍ବରକୁ ଏଟିଏମ୍ ଜରିଆରେ ବ୍ୟବହାର କରିବା ବେଳେ ପ୍ରଥମେ ଏଟିଏମ୍ କାର୍ଟକୁ ଏଟିଏମ୍ ମେସିନ୍ରେ ଭର୍ତି କରିବାକୁ ହେବ । ଏହା ପରେ ରିଚାର୍ଜ ବିକଳ୍ପ ଚୟନ କରିବାକୁ ପଡ଼ିବ । ଏହା ପରେ ନିଜର ମୋବାଇଲ୍ ନମ୍ବର ଦେଇ ପିନ୍ ଦେବାକୁ ପଡ଼ିବ । ଯେତେ ଟଙ୍କାର ରିଚାର୍ଜ କରିବାକୁ ଚାହୁଛନ୍ତି ତାହା ଲେଖିବା ପରେ ଏଟଂର୍ ବଟନ୍ ଦବାଇବାକୁ ହେବ । ଏହା ପରେ ବ୍ୟାଙ୍କ ଖାତାରୁ ଟଙ୍କା କଟିଯିବ ଓ ଏସ୍ଏମ୍ଏସ୍ ଜରିଆରେ ତାହାର ସୂଚନା ମିଳିଯିବ । ସେହିପରି ଆପ୍ ଜରିଆରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକମାନେ ମାଇଁ ଭୋଡ଼ାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍କୁ ବ୍ୟବହାର କରିପାରିବେ । ଅନ୍ୟଥା ଫୋନ୍ପେ, ପେଟିଏମ୍, ଆମାଜନ୍ ଭଳି ତୃତୀୟ ପକ୍ଷର ଆପ୍ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିହେବ । ଗ୍ରାହକମାନେ ଭୋଡାଫୋନ୍ର ୱେବସାଇଟ ଙ୍ଗଙ୍ଗଙ୍ଗ.ଙ୍ଖକ୍ଟୟବଲକ୍ଟଦ୍ଭର.ସଦ୍ଭ ଓ ଆଇଡିଆର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ସୟରବମରକ୍ଷକ୍ଷଙ୍କକ୍ଷବକ୍ସ.ମକ୍ଟଜ୍ଞ ଜରିଆରେ ମଧ୍ୟ ଫୋନ୍ ରିଚାର୍ଜ କରିପାରିବେ । ୱେବସାଇଟ୍ରେ ରିଚାର୍ଜ ବିକଳ୍ପକୁ ଚୟନ କରି ମୋବାଇଲ୍ ନମ୍ବର, ପସନ୍ଦର ରିଚାର୍ଜ ଓ ରିଚାର୍ଜ ପ୍ୟାକ୍ ଚୟନ କରି ଫୋନ୍କୁ ରିଚାର୍ଜ କରିହେବ । ଏଥିପାଇଁ ବିଭିନ୍ନ ମାଧ୍ୟମ ଜରିଆରେ ପେମେଂଟ୍ କରାଯାଇପାରିବ । ଡିିଜିଟାଲ୍ ମାଧ୍ୟମର ସୁବିଧା ବିଷୟରେ କଂପାନି ତରଫରୁ ଗ୍ରାହକଙ୍କୁ ସଚେତନ କରାଯାଉଛି । ସେମାନଙ୍କୁ ଭିଡିଓ ଲିଙ୍କ, ଜିଆଇଏଫ୍, ଡକେଟ୍ ଆଦି ଜରିଆରେ ସଚେତନତା ବାର୍ତା ପଠାଯାଉଛି । ମାଇଁ ଭୋଡାଫୋନ୍ ଆପ୍ ଓ ମାଇଁ ଆଇଡିଆ ଆପ୍ ଜରିଆରେ ମଧ୍ୟ ସୂଚନା ଦିଆଯାଉଛି । ଡିଜିଟାଲ୍ ମାଧ୍ୟମରେ ରିଚାର୍ଜ ଜାଣୁଥିବା ଗ୍ରାହକମାନେ ନିଜ ବନ୍ଧୁ ଓ ପରିବାର ଜନଙ୍କ ରିଚାର୍ଜ କରାନ୍ତୁ ବୋଲି କଂପାନି ଆହ୍ୱାନ ଦେଇଛି । ଏଥିପାଇଁ ରିଚାର୍ଜ ଫର ଗୁଡ୍ ଅଭିଯାନ ଆରମ୍ଭ କରିଥିବା ବେଳେ ସେମାନଙ୍କୁ କ୍ୟାସ୍ବ୍ୟାକ୍ ଭଳି ସୁବିଧା ପ୍ରଦାନ କରୁଛି ।
ଲକ୍ଡାଉନ୍ ସମୟରେ ଗ୍ରାହକମାନଙ୍କୁ ଅନଲାଇନ୍ ରିଚାର୍ଜର ସୁବିଧା ଦେଉଛି ଭୋଡାଫୋନ୍ ଆଇଡିଆ, ବ୍ୟାଙ୍କ ଏଟିଏମ୍ରେ ରିଚାର୍ଜ କରିହେବ

- Categories: Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026