
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ମଙ୍ଗଳବାର ) ରିପୋର୍ଟ ଅଭିମନ୍ୟୁ /ଚାନ୍ଦପୁର :- ଦିନିକିଆ ନୟାଗଡ ଜିଲ୍ଲା ଗ୍ରସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ କୁମାର । ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାର ନୂତନ ଥାନା କୋଠା ଉଦଘାଟନ କରିଛନ୍ତି ଡି ଜି ପି ଅଭୟ । ନୂତନ ଥାନାରେ ସମସ୍ତ ପ୍ରକାର ବ୍ଯବସ୍ଥା ରହିଛି । ଏଭଳି ଥାନା ପ୍ରସ୍ତୁତ କରିଥିବାରୁ ରାଜ୍ୟ ସରକାର ଙ୍କୁ ସାଧୁବାଦ ଜଣାଇଛନ୍ତି ଡି ଜି ପି ଅଭୟ । ଏହା ସହିତ ସୁନାଖଳାରେ ହେବାକୁ ଥିବା ନୂତନ ପୋଲିସ ଷ୍ଟେସନ କୁ ସ୍ୱୀକୃତି ପ୍ରଦାନ କଲେ ଡିଜି ଅଭୟ ।
ଏହା ସହ ଏହି ଉଦଘାଟନ କାର୍ଯ୍ୟକ୍ରମରେ ପୋଲିସ୍ ଆଇ ଜି ନରସିଂହ ଭୋଳ ପୁରୀ ସାଂସଦ ପିନାକୀ ମିଶ୍ର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ନୟାଗଡ ଏସ୍ ପି ସିଦ୍ଧାର୍ଥ କଟାରିଆ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଚାନ୍ଦପୁରରେ ନୂତନ ଥାନା କୋଠା ଉଦଘାଟନ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ଯବାଦ୍ ଜଣାଇଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ।
ତେବେ ଚାନ୍ଦପୁର ଅଧିକାରୀ ରଶ୍ମି ରଞ୍ଜନ ଦାଶ ଙ୍କ କାର୍ଯ୍ୟ କୁ ପ୍ରଶଂସା କରାଯାଇ ସେ ନିଜ କାର୍ଯ୍ୟ ଉପରେ ବେଶ କର୍ତ୍ତବ୍ୟନିଷ୍ଠ ଥିବା ସହିତ ଅପରାଧ ରୋକିବାରେ ସଫଳ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ ପାଇଥିଲା ।
