ପୂର୍ବତନ ସରପଞ୍ଚ ଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଇ ସ୍ମୃତି ଚାରଣ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ସୋମବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ଗ୍ରାମ ର ଚିନ୍ତାମଣି ସାହୁ ଙ୍କ ଦ୍ଵାଦଶ କାର୍ଯ୍ୟରେ ଯୋଗଦେଇ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ  ସ୍ମୁତି ଚାରଣ କରିଥିଲେ, ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,

ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଯୁବ ନେତା ବିଭୂତି ଭୂଷଣ ପ୍ରଧାନ,ପ୍ରକାଶ ପ୍ରଧାନ,ସୁଧୀର ପ୍ରଧାନ, ପାଣୁ ଚରଣ ଖଣ୍ଡୁଆଳ ପ୍ରମୁଖ ଉପସ୍ଥିତ ଥିଲେ।ସ୍ବର୍ଗତ ଚିନ୍ତାମଣି ସାହୁ ଜାକେଡ଼ା ପଞ୍ଚାୟତ ର ପ୍ରଥମ ସରପଞ୍ଚ ଏବଂ ଜଣେ ପରୋପକାରୀ ବ୍ୟକ୍ତି ଥିଲେ।

Exit mobile version