ମହିପୁର ଓ ଦୁରୁଦୁରା ପଞ୍ଚାୟତ ବାସୀ ଙ୍କ ସମସ୍ୟା ବୁଝିବା ସହ ମାସ୍କ ବଣ୍ଟନ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାର )ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଓ ଦୁରୁଦୁରା ପଞ୍ଚାୟତ ବାସୀ ଙ୍କ ସମସ୍ୟା ବୁଝିବା ସହ ଗାଁ ଗାଁ ବୁଲି ଲୋକମାନଙ୍କୁ କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା। ମହିପୁର ପଞ୍ଚାୟତ ର ମାଳିସର, ପାଟୁଳି ସାହି, ନନ୍ଦିଘୋଷପୁର, ଏବଂ ଦୁରୁଦୁରା ପଞ୍ଚାୟତ ର ବିଭିନ୍ନ ଗ୍ରାମ

ବୁଲି ମାସ୍କ ବଣ୍ଟନ କରିବା ସହ ସିମିଳି ସାହି ଗ୍ରାମ ରେ ଲୋକମାନଙ୍କ ସମସ୍ୟା ବୁଝି ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ ଦଶପଲ୍ଲା ବିଧାୟକ। ଦଶପଲ୍ଲା ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଜେଡ଼ି ସଭାପତି ସନାତନ ସାମଲ,ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଯୁବ

ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ,ସନ୍ତୋଷ କୁମାର ନାୟକ,ଛାତ୍ର ବିଜେଡ଼ି ସଭାପତି ସୁବ୍ରତ କୁମାର ପରିଡ଼ା,ଉପ ସଭାପତି ମୁରଲୀ ଧର ଜେନା,ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ମହିପୁର ସରପଞ୍ଚ ମାଳତୀ ସାହୁ,ସମିତି ସଭ୍ୟ ସୁଦାମ ଚରଣ ପ୍ରଧାନ , ଦୁରୁଦୁରା ସମିତି ସଭ୍ୟ,ବରିଷ୍ଠ ବିଜେଡ଼ି କର୍ମୀ ପ୍ରକାଶ କୁମାର ପ୍ରଧାନ,ଦାଶରଥି ପ୍ରଧାନ , ବିଜେଡ଼ି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।            ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

Exit mobile version