ଭିଜିଲାନ୍ସ ଜାଲରେ ପଡ଼ିଲେ – ବିଜେପୁର ବିଡ଼ିଓ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାରବରଗଡ଼ :- ଗତ କିଛି ଦିନ ହେବ ବରଗଡ଼ ଜିଲ୍ଲା ର ଦୁର୍ନୀତି ଖୋର ସରକାରୀ କର୍ମଚାରୀ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣ ର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଯିବା ଘଟଣା ଦୁର୍ନୀତି ଖୋର ସରକାରୀ ବାବୁଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଆଜି ପୁଣି ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ପଦ୍ମନାଭ ସାମନ୍ତରାୟ ଭୋର୍‌ରୁ ଭିଜିଲାନ୍ସ ଜାଲରେ ପଡିଛନ୍ତି ।

ସେ ମୋଟାଅଙ୍କର ଟଙ୍କା ଧରି ଏକ ଗାଡ଼ିରେ ପୁରୀ ଜିଲା ଗଡଚାନ୍ଦପୁର ଗ୍ରାମର ନିଜ ଘରକୁ ଯାଉଥିବା ସୂଚନା ପାଇ ଭିଜିଲାନ୍ସର ଏକ ଟିମ୍‌ ତାଙ୍କୁ ପିଛା କରିଥିଲେ। ବିନିକା-ସୋନପୁର ରାସ୍ତାରେ ରହିଥିବା ମହାନଦୀ ବ୍ରିଜ୍‌ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ସେଠାରେ ତାଙ୍କ ପାଖରୁ ୩ ଲକ୍ଷ ୫୦ହଜାର ଟଙ୍କା ମିଳିଥିଲା ।

ଏହପରେ ବିଡିଓ ସାମନ୍ତରାୟଙ୍କ ବିଜେପୁର ସରକାରୀ ବାସଭବନରେ ଭିଜିଲାନ୍ସର ଖୋଳତାଡ଼ ଚାଲିଛି । ଏଠାରୁ ନଗଦ ୪୨ ହଜାର ୭ଶହ ଟଙ୍କା ମିଳିଥିବା ସୂଚନା ମିଳିଛି । ତେବେ ବିଡିଓ ଗାଡ଼ିରେ ଧରି ଯାଉଥିବା ମୋଟାଅଙ୍କର ଟଙ୍କା କେଉଁଠୁ ଆଣିଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ଧରି ଯାଉଥିଲେ, ତାହା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ବିଜେପୁର କାର୍ଯ୍ୟାଳୟ ଏବଂ ବାସ ଭବନ ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି ।

Exit mobile version