ରଣପୁର,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରଣପୁର, ଶୁକ୍ରବାର, ଏପ୍ରିଲ 17.4.2020 :- ରଣପୁରରେ କରୋନା ପାଇଁ ଲଗ୍ ଡାଉନ କଡା କଡି ଥିବା ବେଳେ ଗତକାଲି ରାତିରେ ଜୈନିକ ନିଶା ଖୋର ବ୍ୟକ୍ତି ନିଶାରେ ଚୁର ହୋଇ ରାସ୍ତା ଉପରେ ଠିଆ ହୋଇ ଗାଳି ଗୁଲଜ କରୁଥିଲେ । ଏହି ସମୟରେ ପୁଲିସ ତରଫରୁ ତଦାରଖ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଏହି ଘଟଣା ନଜରକୁ ଆସିବାରୁ ପୁଲିସ କର୍ମଚାରୀମାନେ ଉକ୍ତ ବ୍ୟକ୍ତିଙ୍କୁ ଏଭଳି କାର୍ଯ୍ୟରୁ ନିବୃତ ହେବାକୁ ବୁଝାଇଥିଲେ । ଉକ୍ତ ବ୍ୟକ୍ତି ପୁଲିସର ନିର୍ଦ୍ଦେଶକୁ ନ ମାନି ଅଧିକ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇ ରଣପୁର ମେଡିକାଲରେ ଚିକିତ୍ସା ହୋଇଛନ୍ତି । ପରେ ଏଥି ନେଇ ରଣପୁର ପୁଲିସ ତରଫରୁ ଏକ ମାମଲା ରୁଜୁ କରାଯାଇ ଯୁବକ ଗଣେଶ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଯୁବକ ଉନ୍ମୁକ୍ତ କାଣ୍ଡ ଘଟାଇ ଗିରଫ

- Categories: Uncategorized, ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ - ଅନୁଷ୍ଠିତ
by
Proprietor Abhimanyu Maharana
May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ - ପୁଲିସର ଛାନଭିନ
by
Proprietor Abhimanyu Maharana
May 5, 2026
ହାଇଟେକ୍ର ଆଲାଏଡ୍ ଛାତ୍ରଛାତ୍ରୀ ଦେଶରେ ଶ୍ରେଷ୍ଠ ପାରାମେଡିକାଲ୍ ଷ୍ଟାଫ୍ ହେବେ - ଡକ୍ଟର ତିରୁପତି ପାଣିଗ୍ରାହୀ
by
Proprietor Abhimanyu Maharana
May 5, 2026
ମୁଁ ହାରି ନାହିଁ : ତେଣୁ ରାଜ ଭବନ ଯିବି ନାହିଁ - ମୁଁ ଇସ୍ତଫା ଦେବି ନାହିଁ - ଦିଦି
by
Proprietor Abhimanyu Maharana
May 5, 2026
ଏପ୍ରିଲ୍ ମାସରେ ୧୮ ଲକ୍ଷ ଲୋକଙ୍କୁ ୫ କି.ଗ୍ରା ଗ୍ୟାସ୍ ସିଲିଣ୍ଡର ଗଲା କୁଆଡ଼େ ..? - ମହାସଂଘ
by
Proprietor Abhimanyu Maharana
May 5, 2026
ଟ୍ରାଇଡେଂଟ ଗୃପ ପକ୍ଷରୁ ତକ୍ଷଶିଳା - ୨୦୨୬ ନିଯୁକ୍ତି କାର୍ଯ୍ୟକ୍ରମ
by
Proprietor Abhimanyu Maharana
May 5, 2026