ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ମନୋନୀତ ହରି ମିଶ୍ର ଏବଂ ଶୁଶିଲା ଙ୍କୁ ଶୁଭେଚ୍ଛା

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ବରଗଡ଼ :- ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପାଇଁ ବରଗଡ଼ ର ବର୍ଷିଆନ ନିର୍ଦ୍ଦେଶକ ହରିହର ମିଶ୍ର ଏବଂ ଅଭିନେତ୍ରୀ ଶୁଶିଲା ନାୟାର ମନୋନୀତ ହେବା ପରେ ତାଙ୍କୁ ବିଭିନ୍ନ ସହରରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ରାଜ୍ୟ ସଭା ସା°ସଦ ପ୍ରସନ୍ନ ଆଚାର୍ଯ୍ୟ ଏହି ବର୍ଷିଆନ ନିର୍ଦ୍ଦେଶକ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ବାର୍ତ୍ତା ରେ ବିଳମ୍ବ ହେଲେ ମଧ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରିଛନ୍ତି।

ସେ ମଧ୍ୟ ତାଙ୍କ ଛାତ୍ର ଜୀବନ ରେ ଶ୍ରୀ ମିଶ୍ର ଙ୍କ ଦ୍ଵାରା ନିର୍ଦ୍ଦେଶନାରେ ମୋନାଲିସା ର ହସ ନାଟକରେ ଅଭିନୟ କରିଥିଲେ। ସେ ତାଙ୍କର ଜୀବନ ବ୍ୟାପି ଅବଦାନ କୁ ସାଧୁବାଦ ଜଣାଇଛନ୍ତି । ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସୈ।ଖିନ କଳାକାର ସଂଘ ଏବଂ ଜିଲ୍ଲା ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ବରଗଡ଼ର ଝିଅ ଶୁଶିଲା ନାୟାର ଙ୍କୁ ମଧ୍ୟ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଅଭିନେତ୍ରୀ ଶୁଶିଲା ନାୟାର ଅନେକ ନାଟକ ରେ ଏବଂ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପ୍ରାପ୍ତ ସମ୍ବଲପୁରୀ ଚଳଚ୍ଚିତ୍ର ଭୁଖାରେ ଅଭିନୟ କରିଥିଲେ । ( ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ )

Exit mobile version