ରଣପୁର,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରାଇପଡା କାଜୁ ଜଙ୍ଗଲ ବିବାଦ, ଶୁକ୍ରବାର, ଏପ୍ରିଲ 17.4.2020 :- ରଣପୁର ବ୍ଲକର ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ କାଜୁ ଜଙ୍ଗଲକୁ କେନ୍ଦ୍ର କରି ହୋଇଥିବା ସଙ୍ଘର୍ଷରେ ଚାନ୍ଦପୁର ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାରୁ ଜଣାଯାଏ ଯେ ଗତ ୧୦ ତାରିଖରେ ରାଇପଡା କାଜୁ ବଗିଚାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୦ ଜଣ ଆହତ ହୋଇଥିଲେ । ରାଇପଡା ନିକଟସ୍ଥ କଦମ୍ବଝୋଲା ମୌଜାରେ ଥିବା ସରକାରୀ କାଜୁ ଜଙ୍ଗଲକୁ ଜୈନିକ ବ୍ୟକ୍ତି ନିଲାମ ଆଣି କାଜୁ ସଂଗ୍ରହ କରୁଥିଲେ । କିନ୍ତୁ ଏହି ଘଟଣାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରି ଗତ ୧୦ ତାରିଖରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଦୁର୍ଗା ଚରଣ ପ୍ରଧାନ ଟାଙ୍ଗି ମେଡିକାଲରେ ପ୍ରାଣ ତ୍ୟାଗ କରିଥିବା ବେଳେ ବିରଂଚି ପ୍ରଧାନ ଭୁବନେଶ୍ୱରରେ ପ୍ରାଣ ତ୍ୟାଗ କରିଥିଲେ । ଏହି ଘଟଣା ପରେ ରାଇପଡାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉତ୍ୟକ୍ତ ଗ୍ରାମବାସୀମାନେ ଶବକୁ ଥାନା ଆଗରେ ରଖି କ୍ଷତି ପୂରଣ ଦାବି ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଥିଲେ । ଏହି ଘଟଣା ପରେ ପୁଲିସ ଉପରେ ଚାପ ବୃଦ୍ଧି ପାଇଥିଲା । ପରେ ଧାରଣାରତ ଗ୍ରାମବାସୀଙ୍କୁ ନୟାଗଡ ଉପ- ଜିଲ୍ଲାପାଳ ଲଗ୍ନଜିତ ରାଉତ, ଏସ୍.ଡି.ପି.ଓ ଏସ୍ ଟାପୋ, ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହକ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସେତେବେଳେ ଉଚ୍ଚ ପଦସ୍ଥ ଅଧିକାରୀମାନେ ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫକରିବ ବୋଲି ପ୍ରତିଶୃତି ଦେଇଥିଲେ । ପୁଲିସ ଏହି ଘଟଣାରେ ୨ ଭାଇ ବିକାଶ ଜେନା ଓ ପ୍ରକାଶ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।
ରାଇପଡା କାଜୁ ଜଙ୍ଗଲ ବିବାଦ ୨ ଭାଇକୁ ଗିରଫ କଲା ପୋଲିସ – ରଣପୁର,ଚାନ୍ଦପୁର ଥାନା

- Categories: Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026