ଏଲ୍‌ଆଣ୍ଡ୍‌ଟି-ବିଲ୍‌ଟ ଦ୍ୱାରା ନିର୍ମିତ ଆଇସିଜିଏସ୍ ବିଗ୍ରହ ଭାରତୀୟ ତଟରକ୍ଷା ବାହିନୀରେ ସାମିଲ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ଭୁବନେଶ୍ୱର :- ଏଲ୍‌ଆଣ୍ଡ୍‌ଟି-ବିଲ୍‌ଟ ପକ୍ଷରୁ ଭାରତୀୟ ତଟରକ୍ଷା ପାଇଁ ନିର୍ମାଣ କରାଯାଇଥିବା ଅଫ୍‌ସୋର୍ ପାଟ୍ରୋଲ୍ ଜାହାଜ ଆଇସିଜିଏସ୍‌ ବିଗ୍ରହକୁ ଚେନ୍ନାଇ ଠାରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହ ଲୋକାର୍ପିତ କରିଛନ୍ତି । ଏହାକୁ ଭାରତୀୟ ତଟରକ୍ଷା ବାହିନୀକୁ ହସ୍ତାନ୍ତର କରାଯାଇଛି । ଆତ୍ମନିର୍ଭର ଭାରତ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି କଂପାନି ପକ୍ଷରୁ ଚୁକ୍ତିରେ ନିର୍ଧାରିତ ସମୟ ପୂର୍ବରୁ ସମସ୍ତ ସାତଟି ଅଫ୍‌ସୋର୍‌ ପାଟ୍ରୋଲ୍ ଭେସେଲ୍‌ର ଡେଲିଭରି ସମାପନ କରାଯାଇଛି । ଏହି ପୋତଗୁଡ଼ିକୁ ନିର୍ମାଣ କରିବା ଲାଗି ୨୦୧୫ରେ କଂପାନି ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ଅବସରରେ ଚେନ୍ନାଇର କଟ୍ଟୁପଲ୍ଲିରେ ଥିବା ଆଧୁନିକ ପ୍ରତିରକ୍ଷା ସିପ୍‌ୟାର୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଏମ୍ କେ ଷ୍ଟାଲିନ୍‌, ଭାରତୀୟ ତଟରକ୍ଷା ମହାନିର୍ଦ୍ଦେଶକ ଜେ ନଟରାଜନ୍‌, ସ୍ଥଳସେନା ମୁଖ୍ୟ ଏମ୍ ଏମ୍ ନରବନେ, ଏଲ୍‌ଆଣ୍ଡ୍‌ଟିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଜେ ଡି ପାଟିଲ୍ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

ଏହି ଡେଲିଭରି ସମ୍ପର୍କରେ ଶ୍ରୀଯୁକ୍ତ ଏସ୍ ଏନ୍ ସୁବ୍ରମଣିୟନ୍‌, ସିଇଓ ଏବଂ ଏମ୍‌ଡି, ଲାର୍ସନ୍ ଆଣ୍ଡ୍ ଟର୍ବୋ କହିଛନ୍ତି ଯେ, “ନିର୍ଧାରିତ ସମୟ ପୂର୍ବରୁ ସମସ୍ତ ୭ ଓପିଭିର ଡେଲିଭରି ପ୍ରଦାନ କରିବା ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପାଇଁ ଏକ ଐତିହାସିକ ମାଇଲଖୁ’ । କୋଭିଡ-୧୯ ପାଇଁ ବ୍ୟବସାୟରେ ଦେଖାଦେଇଥିବା ବିଭ୍ରାଟ ଦୃଷ୍ଟିରୁ ଏହି ସଫଳତା ବେଶ ଗୁରୁତ୍ୱ ବହନ କରୁଛି ।’’ ଶ୍ରୀଯୁକ୍ତ ଜୟନ୍ତ ଡି ପାଟିଲ୍‌, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ (ପ୍ରତିରକ୍ଷା ଓ ସ୍ମାର୍ଟ ପ୍ରଯୁକ୍ତି) ଓ ଏଲ୍‌ଆଣ୍ଡ୍‌ଟି ବୋର୍ଡର ସଦସ୍ୟ କହିଛନ୍ତି ଯେ, “ଆମକୁ ଦେଖି ବହୁତ ଖୁସି ଲାଗୁଛି ଯେ ଆଇସିଜିଏସ୍ ବିଗ୍ରହ କାର୍ଯ୍ୟକ୍ଷମ ହୋଇଛି ଯାହା ଆଉ ଏକ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଯାଉଛି ଓ ଏହି କାର୍ଯ୍ୟକ୍ରମ ମେକ୍ ଇନ୍ ଇଣ୍ଡିଆ ଭାବର ହେଉଛି ପ୍ରତୀକ ।

ସାତ ଓପିଭି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ଷମ କରିବାରେ ଏଲ୍‌ଆଣ୍ଡ୍‌ଟି ଏକାଧିକ ସଫଳତା ହାସଲ କରିଛି ଯାହା ହେଉଛି ଆମର ନବସୃଜନ, ଗ୍ରହଣୀୟତା, ପ୍ରତିବଦ୍ଧତା ଓ କଠିନ ପରିଶ୍ରମର ପ୍ରତିଫଳନ ।’’ ଆଇସିଜିଏସ୍ ବିଗ୍ରହ ୯୮ ମିଟର ଲମ୍ବା, ୧୫ ମିଟର ଚଉଡ଼ା ଏବଂ ଏଥିରେ ୩.୬ ମିଟରର ଡ୍ରଟ୍ ଥିବା ବେଳେ ୨୧୪୦ ଟନ୍ ସାମଗ୍ରୀ ଏଥିରେ ନେଇହେବ ଏବଂ ଏହା ୫୦୦୦ ନୌଟିକାଲ୍ ମାଇଲ୍ ଅତିକ୍ରମ କରିପାରିବ । ଏହା ୨୬ ନଟ୍‌ ପର୍ଯ୍ୟନ୍ତ ବେଗରେ ଗତି କରିପାରିବ । ଏହାର ଡିଜାଇନ୍ ଓ ନିର୍ମାଣ ପ୍ରକ୍ରିୟାକୁ ଆମେରିକାନ୍ ବ୍ୟୁରୋ ଅଫ୍ ସିପିଙ୍ଗ୍ ଓ ଇଣ୍ଡିଆନ୍‌ ରେଜିଷ୍ଟ୍ରାର୍ ଅଫ୍ ସିପିଙ୍ଗ୍ ମଞ୍ଜୁରି ପ୍ରଦାନ କରିଛନ୍ତି ।

Exit mobile version