ଏଚ୍‌ଡିଏଫ୍‌ସିର ମଲ୍‌ଟି ଆସେଟ୍‌ ଫଣ୍ଡ୍‌ରେ ତିନି ପ୍ରକାର ସଂପତିରେ ନିବେଶ କରିବାର ଲାଭ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ଭୁବନେଶ୍ୱର :- ଏଚ୍‌ଡିଏଫ୍‌ସି ମଲ୍‌ଟି ଆସେଟ୍ ଫଣ୍ଡ୍ ହେଉଛି ଏଭଳି ଏକ ଫଣ୍ଡ୍ ଯେଉଁଥିରେ ତିନି ପ୍ରକାର ସଂପତି ବର୍ଗରେ ନିବେଶ କରିବାର ସୁବିଧା ରହିଛି । ୨୦୨୧ ଜୁଲାଇ ୩୧ ସୁଦ୍ଧା ନିଫ୍‌ଟି ୫୦ ବେଂଚ୍‌ମାର୍କର ୨୫.୦୨% ରିଟର୍ଣ୍ଣ ତୁଳନାରେ ୨୯.୩୮% ରିଟର୍ଣ୍ଣ ପ୍ରଦାନ କରିଛି । ଏହି ଫଣ୍ଡ୍‌ରେ ଇକ୍ୱିଟି, ଡେବ୍‌ଟ ଓ ସୁନାରେ ନିବେଶ କରାଯାଏ । ଅର୍ଥନୀତିର ସ୍ଥିତି ଅନୁସାରେ ପ୍ରତି ସଂପତି ବର୍ଗ ଭିନ୍ନ ପ୍ରକାରରେ ପ୍ରଦର୍ଶନ କରନ୍ତି । ୧୯୯୯ ପରଠାରୁ ୨୩ ବର୍ଷରେ ୧୨ବର୍ଷ ପର୍ଯ୍ୟନ୍ତ ଇକ୍ୱିଟି ଭଲ ପ୍ରଦର୍ଶନ କରିଥିବା ବେଳେ ଡେବଟ୍ ୫ ବର୍ଷ ଓ ସୁନା ୬ ବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଏହି ସ୍କିମ୍‌ରେ ୧୦%ରୁ ୩୦% ରାଶିକୁ ଡେବ୍‌ଟରେ ଏବଂ ୧୦%-୩୦% ରାଶିକୁ ସୁନା ସମ୍ପର୍କିତ ଉପକରଣରେ ନିବେଶ କରାଯାଏ । ୨୦୨୧ ଜୁଲାଇ ୩୧ ସୁଦ୍ଧା ଗୋଲ୍ଡ ଇଟିଏଫ୍ ଓ ଡେବ୍‌ଟରେ ନିବେଶ ଯଥାକ୍ରମେ ମୋଟ ସଂପତିର ୧୦% ଓ ୨୧% ରହିଛି । ଏହି ସ୍କିମ୍ ଏବେ ଲାର୍ଜ କ୍ୟାପ୍ ଭିତିକ ରହିଛି ଓ ଅନ୍‌ହେଜ୍ ଇକ୍ୱିଟିରେ ୭୦% ରାଶି ନିବେଶ କରାଯାଇଛି । କ୍ଷେତ୍ର ଭିତିରେ ଏହି ସ୍କିମ୍‌ର ଅଧିକାଂଶ ରାଶିକୁ ଉପଭୋକ୍ତା ସାମଗ୍ରୀ, ଉପଭୋକ୍ତା ଖାଦ୍ୟ ଏବଂ ଶିଳ୍ପରେ ନିବେଶ କରାଯାଇଥିବା ବେଳେ ଆର୍ଥିକ ସେବା ଓ ଶକ୍ତିରେ ନିବେଶ କରାଯାଇଛି ।

ଶ୍ରୀଯୁକ୍ତ ଅମିତ ଗଣତ୍ରା, ବରିଷ୍ଠ ଫଣ୍ଡ୍ ମ୍ୟାନେଜର, ଏଚଡିଏଫ୍‌ସି ଆସେଟ୍ ମ୍ୟାନେଜମେଂଟ୍ କଂପାନି ଲିମିଟେଡ୍ କହିଛନ୍ତି ଯେ, “ମୁଦ୍ରାନୀତି ଓ ଆର୍ଥିକ ନୀତିର ସହାୟତା, ଚାହିଦାରେ ଦ୍ରୁତ ସୁଧାର, ଟିକାକରଣ ଅଭିଯାନ ଏବଂ ଭାରତରେ କର୍ପୋରେଟ୍ ଲାଭରେ ବୃଦ୍ଧି ଯୋଗୁଁ ବିଶ୍ୱସ୍ତରୀୟ ଓ ଜାତୀୟ ଅଭିବୃଦ୍ଧି ସମ୍ଭାବନା ଉଜ୍ଜ୍ୱଳ ରହିଛି । କୋଭିଡ୍‌-୧୯ ପରବର୍ତୀ ସମୟରେ କର୍ପୋରେଟ୍ ଆୟ ଚକ୍ରରେ ଉନ୍ନତି ହୋଇଛି ଏବଂ ଦୃଢ଼ ଆୟ ଚକ୍ର ଯୋଗୁଁ ଇକ୍ୱିଟି ସଂପତି ଶ୍ରେଣୀରେ ଭାଗ ନେବା ଲାଗି ନିବେଶକମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି । ମାତ୍ର, କୋଭିଡ୍‌-୧୯ର ସମ୍ଭାବ୍ୟ ତୃତୀୟ ଲହର, ସୁଧାରରେ ନିରନ୍ତରତା, ସମ୍ଭାବ୍ୟ ଉଚ୍ଚ ଅଭିବୃଦ୍ଧି ଓ ବଜାରରେଦ ଦୃଢ଼ ବୃଦ୍ଧି ସହ ଅଧିକ ମୂଲ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏହି ପରିବେଶରେ ନିବେଶକମାନେ ସଂପତି ଆବଂଟନ ରଣନୀତି ଉପରେ ବିଚାର କରିବା ଦରକାର କାରଣ ସେମାନେ କେବଳ ଇକ୍ୱିଟିରେ ଭାଗ ନେବା ସୁଯୋଗ ପାଇବେ ତାହା ନୁହେଁ ବରଂ ଡେବ୍‌ଟ ଓ ସୁନାରେ ହ୍ରାସର ଯେଉଁ ଆଶଙ୍କା ରହିଛି ସେଥିରୁ ମଧ୍ୟ ଆଶ୍ୱସ୍ତି ପାଇପାରିବେ ।’’

Exit mobile version