ଫୋକସ ଫାଉଣ୍ଡେସନ ତରଫରୁ ଲୋଗୋ ଉନ୍ମୋଚନ

ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କେଣା ପଞ୍ଚାୟତ ମଧୁବନ ଗ୍ରାମରେ ଗଢ଼ିଉଠିଥିବା ଫୋକସ ଫାଉଣ୍ଡେସନ ତରଫରୁ ଚାରି ଦିନ ଧରି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ଯୋଗୁଁ ଫାଉଣ୍ଡେସନ ତରଫରୁ ଅତିଥି ମାନଙ୍କ ପାଖକୁ ଯାଇ ଲୋଗୋ ଉନ୍ମୋଚନ କରାଯାଇଥିଲା । ନୟାଗଡ ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ସିଦ୍ଧାର୍ଥ ଦାସ,ଶତ୍ରୁଘ୍ନ ନାୟକ,ପ୍ରସର୍ଣ୍ଣ ପ୍ରସାଦ ସାହୁ,ସଦର ଥାନା ଆଇ ଆଇ ସି ଦୀପକ୍ ଖଣ୍ଡାୟତ ରାୟ,ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ ଅନୁରାଗ କୁମାର,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ବିଡ଼ିଓ ପ୍ରମୋଦ କୁମାର ନାୟକ,ତହସିଲଦାର ପ୍ରଳୟ ନନ୍ଦ ଶତପଥୀ,ଏ ସି ଏଫ୍ ଅରବିନ୍ଦ ମହାନ୍ତି,

ସ୍ଵେତାଲିନା ସାହୁ,ଯୁବ ବୈଜ୍ଞାନିକ ସଉଜ ନେନ୍ଦ୍ର ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ନେତ୍ର ରଞ୍ଜନ ମିଶ୍ର ,ନୟାଗଡ ସେଣ୍ଟ୍ରାଲ ବ୍ୟାଙ୍କ୍ ଶାଖା ଅଧିକାରୀ ଧନେଶ୍ଵର ତ୍ରିପାଠୀ,ଯୁବ ସ୍ଵେଚ୍ଛାସେବୀ ରଞ୍ଜନ ରଶ୍ମୀ ଜେନା ଲୋଗୋ ଉନ୍ମୋଚନ କରିଥିଲେ । ଆଗାମୀ ଦିନରେ ଫୋକସ୍ ଫାଉଣ୍ଡେସନ ତରଫରୁ ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଙ୍କ ସହଯୋଗରେ ଗରିବ ତଥା ଅବହେଳିତ ପରିବାରକୁ ଡାକ୍ତର ଖାନା ରେ ସରକାରୀ ସହାୟତା ନିମନ୍ତେ କମ୍ ସମୟ ମଧ୍ୟରେ ଏବଂ ବିନା ମୂଲ୍ୟରେ ଆୟ ପ୍ରମାଣ ପତ୍ର ଯୋଗାଇ ଦିଆଯିବା ପାଇଁ ନିଷ୍ପତି ନିଆଯାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version