ଜାତୀୟ ସ୍ୱାସ୍ଥ୍ୟ ମିଶନ ପରିଚାଳନା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା ପୁସ୍ତିକା ; ଶୁଭ ଉନ୍ମୋଚନ ହେବା ସହ ୯ ଗୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କଲେ ନୂତନ ଜିଲ୍ଲାପାଳ, ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୨୭ ଅଗଷ୍ଟ ଶୁକ୍ରବାର ) ଢେଙ୍କାନାଳ :- ଆଜି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ଆର୍ଥିକ ବର୍ଷର ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷ ନିମନ୍ତେ ମୋଟ୍ ୫୪.୭୬ କୋଟି ଟଙ୍କା ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ଜାତୀୟ ସ୍ଵାସ୍ଥ୍ୟ ମିଶନ ପକ୍ଷରୁ କରାଯାଇଛି। ସ୍ଵାସ୍ଥ୍ୟ ସେବାକୁ ବିକଶିତ କରିବା ପାଇଁଁ ସମସ୍ତଙ୍କ ସହଯୋଗ ଓ ମିଳିତ ପଦକ୍ଷେପ ସହ ସମନ୍ୱୟ ରକ୍ଷାକରିବା ଜରୁରୀ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କ ଠାରୁ ସ୍ଵାସ୍ଥ୍ୟ ଭିତ୍ତିକ ବ୍ୟବସ୍ଥା ପଚାରି ବୁଝିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡ଼ିକ ନିମନ୍ତେ ସ୍ଵାସ୍ଥ୍ୟସେବା ପୁସ୍ତକର ଶୁଭ ଉନ୍ମୋଚନ କରିଥିଲେ। ସେହିଭଳି ସ୍ଵଚ୍ଛତା ରଖିଥିବା ୯ (ସହରାଞ୍ଚଳର କାଠଗଡା, ଓଡ଼ାପଡ଼ା,ଶ୍ରୀମୁଳା,ରାସୋଳ,ମେରାମୁଣ୍ଡଳୀ,ଅଁଳାବେରିଣୀ, ବଉଳପୁର ଓ ବଳରାମ ପୁର) ଗୋଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସୁଜାତା ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକ୍ରମର ପରିଚାଳକ ସୋନାଲି ପ୍ରିୟଦର୍ଶିନୀଙ୍କ ସମେତ ଜିଲ୍ଲାର ବିଭିନ୍ନ ପ୍ରମୁଖ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ) 

Exit mobile version