ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ତଥା ଗଡଜାତ ମିଶ୍ରଣ ର 75ବର୍ଷ ଉପଲକ୍ଷେ ପୁନଃ ଉଦ୍ଧାର ହେବକି ରଣପୁର ପଞ୍ଚାୟତ ସମିତି ସ୍ମାରକୀ ସ୍ତମ୍ଭ..?

ଓଡ଼ିଶା ତାଜା ନ୍ୟୁଜ (୨୭ ଅଗଷ୍ଟ ଶୁକ୍ରବାର) ରଣପୁର,ରିପୋର୍ଟ /ଅଭିମନ୍ୟୁ :- ଏଠାରେ ସୂଚନା ଯୋଗ୍ୟ ସହିଦ ଓ ସଂଗ୍ରାମୀ ମାନଙ୍କ ଉଦେଶ୍ୟରେ ସମର୍ପିତ ଏଂବ ସମ୍ବିଧାନ ପ୍ରସ୍ତାବନା ଖୋଦେଇ ସ୍ତମ୍ଭ ଆଜି ଜରାଜିର୍ଣ ଅବସ୍ଥାରେ ରହିବା ନିହାତି ଲଜ୍ଜା ର ବିଷୟ l ନବଗଠିତ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ମଧ୍ୟ ନୂତନ ସ୍ମାରକୀ ସ୍ତମ୍ଭ ରହିବ ଜରୁରୀ l ଫଳତଃ ବର୍ତ୍ତମାନ ଓ ଆଗାମୀ ପିଢ଼ି ରଣପୁର ଇତିହାସ ସମ୍ପର୍କେ ଜ୍ଞାତ ହେବାସହ ଆଞ୍ଚଳିକ ସେନାନୀ ମାନଙ୍କୁ ଜାଣିପାରନ୍ତେ l ଖାଲିସେତିକି ନୁହେଁ ବହୁବାର ଦାବି ହୋଇଛି l ଚାନ୍ଦପୁର ସୁନାଖଳା ରାସ୍ତାକୁ ସହିଦ ରଘୁ ଦିବାକର ଙ୍କ ନାମରେ ଓ ଖଁଡ଼ିସି ମୟୁରଝଲିଆ ରାସ୍ତାକୁ ସହିଦ ଅର୍ଜ୍ଜୁନ ରାଉତ ନାମରେ କରାଯାଉ l

ଏଥିସହ ଗତ ସହିଦ୍ ଦିବସ’ଅବସରରେ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ମିଶ୍ର ରଣପୁର ର ଦୁଇଟି ରାସ୍ତା ଯଥାକ୍ରମେ ନୂଆ ଜଗନ୍ନାଥ୍ ସଡ଼କ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକ ଏବଂ ନୂଆ ଜଗନ୍ନାଥ ସଡ଼କ ଠାରୁ ହାଟସାହି ଛକ ପର୍ଯ୍ୟନ୍ତ ରାସ୍ତା କୁ ଯଥାକ୍ରମେ ସ୍ୱାଧୀନତା ସଂଗ୍ରାମୀ ବୀର ଷଡ଼ଙ୍ଗୀ ଓ କୃପାସିନ୍ଧୁ ମିଶ୍ର ଙ୍କ ନାମରେ ନାମିତ କରିବା ନିମିତ୍ତ ଦାବୀ ଉପସ୍ଥାପନ କରିଥିବା ସହ ଆସୋସିଏସନର ମୁଖ ପତ୍ର”ସହିଦ’ ରେ ପ୍ରକାଶିତ ହୋଇଥିଲା ।

ରଣପୁର ସହରରେ ଏକ ଗଡଜାତ ଭବନ ନିର୍ମାଣ କରାଯାଇ ଇତିହାସର କଥା ବିଶେଷ କରି ପ୍ରଜାମଣ୍ଡଳ ଆନ୍ଦୋଳନ ସମ୍ପର୍କେ ଉଲ୍ଲେଖ ରହୁ l ରଘୁ ଦିବାକର ଆସୋସିଏସନ ରଣପୁର ଅନୁକୁଲ୍ୟରେ ଅନୁଷ୍ଠିତ ଏକାଧିକ ଆଲୋଚନାଚକ୍ରରେ ବହୁ ବକ୍ତାଙ୍କ ଏନେଇ ମତ୍ତ ପ୍ରକାଶ ପାଇଛି l ଅଧ୍ୟାପକ ବିଜୟ ଜେନା ସାମାଜିକକର୍ମୀ ମନୋଜ ଦାସ କାଶୀନାଥ ପ୍ରଧାନ ପ୍ରମୁଖ ବାରଂବାର ସଭାପତି ସୁରେଶ ମିଶ୍ରଙ୍କୁ ଏ ନେଇ ନିଜସ୍ୱ ମତ୍ତ ଦେଇ ଛନ୍ତି l ପ୍ରତି ପଞ୍ଚାୟତରେ ରହିଥିବା ସଂଗ୍ରାମୀ ମାନଙ୍କ ନାମରେ ବିଦ୍ୟାଳୟଗୃହ ପ୍ରାଚୀର ଚିତ୍ର ପଞ୍ଚାୟତ ପରିସରରେ ନାମ ସ୍ତମ୍ଭ ପାଇଁ ଏବେଠୁ ଉଦ୍ୟମ ଜାରି ରହୁ l ମାନ୍ୟବର ବିଧାୟକ ନିହାତି ଜରୁରୀ ପଦକ୍ଷେପ ନେବା ପାଇଁ ଦାବୀ ଜୋର ଧରୁଛି l

Exit mobile version