ଚାନ୍ଦପୁର ଥାନା ପୁଲିସ୍ ର ଚଢ଼ାଉ – ମୋବାଇଲ୍ ଲୁଟେରା ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ଚାନ୍ଦପୁର :- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ୍ ଚଢାଉ କରି ମୋବାଇଲ୍ ଲୁଟେରା କୁ ଗିରଫ କରିବା ସହ ଦୁଇଟି ମୋବାଇଲ୍ ଜବତ କରିଛି । ସୂଚନା ଅନୁଯାୟୀ ଚିଲିକା ବଡ଼ କୁଲା ର ଦୀପକ୍ ବେହେରା ଚାନ୍ଦପୁର ର ଏକ ମୋବାଇଲ୍ ଦୋକାନରୁ ଦୁଇଟି ମୂଲ୍ୟବାନ ମୋବାଇଲ୍ ଚୋରି କରି ନେଇଯାଇଥିଲା ।

ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଚାନ୍ଦପୁର ଥାନା ପୁଲିସ ଚଢ଼ାଉ କରି ଲୁଟେରା କୁ ଗିରଫ କରିବା ସହ ମୋବାଇଲ୍ ଦୁଇଟି ଜବତ କରି ମୋବାଇଲ୍ ଦୋକାନୀ କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ କହିଛନ୍ତି ।

Exit mobile version