ଗଣେଶ ପୂଜା ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ସର୍ବସାଧାରଣଙ୍କୁ ଦର୍ଶନ ବାରଣ ବୈଠକରେ ନିଷ୍ପତ୍ତି, ଢେଙ୍କାନାଳ

ଓଡ଼ିଶା ତାଜା ନିୟୁଜ୍ (୨୬ ଅଗଷ୍ଟ ଗୁରୁବାର) ଢେଙ୍କାନାଳ:- ଆଜି ଜିଲ୍ଲା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆସନ୍ତା ଗଣେଶ ପୂଜା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କର କୋଭିଡ କଟକଣା ଅନୂପାଳନ ପୂର୍ବକ ପୂଜା ପାଳନ ନିମନ୍ତେ ସମସ୍ତ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସହଯୋଗ କରି ଶାନ୍ତି ଶୃଙ୍ଖଳାର ସହିତ ଭାଇଚାରା ମଧ୍ୟରେ ସମାପନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ୧୦ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖ ରବିବାର ଦିନ ଭସାଣି

ହେବ।କୋଭିଡ୍ ପ୍ରୋଟୋକଲ ମାନି ପୂଜା ପାଳନ ହେବ। ପୂଜା ମଣ୍ଡପ ସମ୍ମୁଖ ଭାଗକୁ ଛାଡ଼ି ତିନି ପାଖ ଆବଦ୍ଧ ହେବ। ସାମ୍ନାରେ ପରଦା ପଡିବ। ମୂର୍ତ୍ତି ୪ ଫୁଟ୍ ଉଚ୍ଚତା ବିଶିଷ୍ଟ ହେବ। ପୂଜାବିଧି ବେଳେ ସର୍ବାଧିକ ୭ ଜଣ ଉପସ୍ଥିତ ରହିବେ।ପୂଜା ମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବାରଣ କରାଯାଇଛି। କୌଣସି ପ୍ରକାରର ଡ଼ାକବାଜି ଯନ୍ତ୍ର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ପୌରପାଳିକା ପକ୍ଷରୁ ଅସ୍ଥାୟୀ ପୋଖରୀ ଖୋଳାଯାଇ ମୂର୍ତ୍ତି ବିସର୍ଜନର ବ୍ୟବସ୍ଥା କରାଯିବ। ବିସର୍ଜନ ବେଳେ କୌଣସି ପ୍ରକାରର ଶୋଭାଯାତ୍ରା,ମାଇକ୍ରୋ ଦ୍ଵାରା ବାଦ୍ୟ,ଗୀତ ଆଦି ପରିବେଷଣ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।(ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Exit mobile version