ମାନସିକ ବିଶ୍ଵାସ ଭକ୍ତି ର ପବିତ୍ର ଐତିହ୍ୟ ସପ୍ତର୍ଷି ମଠ ଖପରାଡୁଙ୍ଗୁରୀ ପ୍ରତି ଜଙ୍ଗଲ ବିଭାଗ ର ମନମୁଖୀ କାର୍ଯ୍ୟ : ତେଜୁଛି ଜନ ଅସନ୍ତୋଷ

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାରପାଟଣାଗଡ଼ :- ବେଲପଡ଼ା ବ୍ଲକ ଓ ସଇଁନ୍ତଲା ବ୍ଲକ ସିମାନ୍ତରେ ଥିବା ପବିତ୍ର ସପ୍ତର୍ଷି ମଠ ଖପରାଡୁଙ୍ଗୁରି ଏହା କୌଣସି ଏକ ଡଙ୍ଗର ନୁହେଁ ଏହା ହେଉଛି ଏ ଅଞ୍ଚଲର ଆରାଧ୍ଯ ଦେବତା ପ୍ରାୟ ୧୮ ଖଣ୍ଡ ଗାଁ ର ଜନଭାବନା ବିଶ୍ୱାସ ପରମ୍ପରା ସହିତ ଜଡ଼ିତ ତିର୍ଥସ୍ଥଲି ,ସରକାର ଓ ଜନପ୍ରତିନିଧି ମାନଙ୍କ ଉଦାସିନତା ଯୋଗୁଁ ଏବେ ଏହି ଐତିହ୍ୟ ସ୍ଥଲି ର ଗାରିମା ଲୋପ ପାଇବାରେ ଲାଗିଲାଣି ନାଁ ଭଲ ରାସ୍ତା ଅଛି ନାଁ ଅଛି ବିଜୁଲି ସଂଯୋଗ ସବୁବେଲେ ଅଣଦେଖାର ସିକାର ହେଇ ପଡ଼ିରହିଛି

ଏହି ପବିତ୍ର ସ୍ଥଲି ଏହି ଅଣଦେଖା ଯୋଗୁଁ ଅଞ୍ଚଲରେ ସୃଷ୍ଟି ହେଉଛି ଜନ ଅସନ୍ତୋଷ ଏବଂ ଏହି ଜନ ଅସନ୍ତୋଷ ର ନିଆଁ ରେ ଘିଅ ଡାଲୁଛନ୍ତି ଓସ୍ତାଲି ରିଜର୍ଭର ଫରେଷ୍ଟ ର ଫରେଷ୍ଟର ,ପବିତ୍ର ଖପରାଡଙ୍ଗର କୁ ସଂଯୋଗ କରୁଥିବା ରାସ୍ତା କୁ ଗଛ ଲଗେଇ ଏବଂ ମାଟି ଉଠେଇ ରାସ୍ତା ବନ୍ଦ କରିଦେବେ ବୋଲି ମଠ ମହନ୍ତ ଙ୍କୁ ଧମକ ଦେବା ସହ ଜଙ୍ଗଲ ଜମିନ ରେ ମଠ ଥିବାରୁ ମଠ କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନେଇ ଫରେଷ୍ଚର କହୁଥିବା ମଠ ମହନ୍ତ ଅଭିଯୋଗ କରିଛନ୍ତି ।

ଏହାରି ବିରୋଧ ରେ ମଠ ମହନ୍ତ ଙ୍କ ଆହ୍ୱାନ କ୍ରମେ ଖପରାଡୁଙ୍ଗୁରି ସୁରଖ୍ୟା ସମିତିର ଏକ ବୈଠକ ସ୍ଥାନିୟ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଥିଲା ଏବଂ ଫରେଷ୍ଟର ର ଏଭଲି କାରନାମା କୁ ନିନ୍ଦା କରାଯିବା ସହ ଫରେଷ୍ଚର କୁ ଅନ୍ୟତ୍ର ବଦଲି ନେଇ ଦାବି ଉଠିଥିଲା ଖପରାଡଙ୍ଗର ବିରୁଦ୍ଧରେ ସଡ଼ଯନ୍ତ୍ର କୁ ବରଦାସ୍ତ କରାଯିବ ନାହିଁ ବୋଲି ଦରକାର ପଡ଼ିଲେ ଅଞ୍ଚଲବାସି ରାଜରାସ୍ତା କୁ ଓହ୍ଲେଇବେ ବୋଲି ଚେତାବନି ଦିଆଯାଇଛି ଆଜିର ଏହି ବୈଠକରେ ସିପୁନ ଖମାରୀ ,ରାଜପୁତ ବନମାଲି ନାଏକ ,ସାମ୍ୱାଦିକ କରୁଣାକର ବୁଡ଼େକ ପୁର୍ବତନ ସମିତି ସଭ୍ୟ କୃଷ୍ନଚନ୍ଦ୍ର ରାଉତ,ଲଲିତ ରାଉତ,ଲଲିତ ମୋହନ ବୁଡ଼େକ ପ୍ରମୁଖ ଯୋଗ ଦେଇଥିଲେ (ଗୋରେଖନାଥ ବରିହା) 

Exit mobile version