କାଶୀନଗର ବ୍ଲକ ରେ ନୂଆଁ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ଆଦିକନ୍ଦ ଗୋମଙ୍ଗଙ୍କ ଯୋଗଦାନ ଓ ଦାୟିତ୍ଵ ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର) କାଶୀନଗର :- କାଶୀନଗର ବ୍ଲକ୍ ରେ ନୂଆ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟ ରେ ଯୋଗ ଦେଇଛନ୍ତି । ଗତ କିଛି ଦିନ ହେଲା କାଶୀନଗର ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ଖାଲି ଥିଲା । ମହାରାଜା ବାଳକ ହାଇସ୍କୁଲ ର ସୁନାମ ଧନ୍ୟ ପ୍ରଧାନ ଶିକ୍ଷକ ଥିବା ଡ. ବୃଷ କେତୁ ଦାସ ଏହି ବ୍ଲକ୍ ର ଦାୟିତ୍ଵ ନେଇ ନିଜ କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଥିଲେ।ଇତି ମଧ୍ୟରେ ଶ୍ରୀ ଆଦିକନ୍ଦ ଗୋମାଙ୍ଗୋ ଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ।

ଆଜି ସେ କାଶୀନଗର କାର୍ଯ୍ୟାଳୟ ରେ ଯୋଗଦାନ କରିଛନ୍ତି । ତାଙ୍କୁ ଅତିରିକ୍ତ ଶିକ୍ଷା ଅଧିକାରୀ ମୀନା ବେହେରା, ଜେ.କରୀୟା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ।କାଶୀନଗର ବ୍ଲକ୍ ର ସମସ୍ତ ଶିକ୍ଷକ ସଂଗଠନ ଶ୍ରୀ ଗୋମଂଗୋ ଙ୍କୁ ସ୍ଵାଗତ ଜଣାଇଛନ୍ତି। ଶିକ୍ଷକ ନେତା ଦେବରାଜ ଜେନା,ଏମ୍ ଶ୍ରୀନିବାସ ଅମୂଲ୍ୟ ପାତ୍ର,ପି.ନାଗେଶ୍ଵର, ଜଗା ପାତ୍ର, ବାଲା ମଧୁସୂଦନ ଆହୁରି ବହୁ ଶିକ୍ଷକ ସ୍ଵାଗତ ଜଣାଇଛନ୍ତି ।(ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version