କଫ ସିରିପ ଜବତ ସହ ଜଣେ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର) ପଦ୍ମପୁର :- ପାଇକମାଲ ଥାନା ଅଞ୍ଚଳରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଆଜି ଏକ ବାଇକ୍ ରେ ଯାଉଥିବା ବେଳେ ପାଇକମାଲ ପୋଲିସ ସନ୍ଦେହ ରେ ଅଟକାଇ ବାଇକ୍ ସହ ୨୦ ବୁତଲ କଫ ସିରିପ, ଓ ୪୦ ଗୋଟି ନିଶା ଔଷଧ ଜବତ କରିଥିଲା ।

ଗିରଫ ହୋଇଥିବା ଏକ ଜଣ ଯୁବକ ହେଲେ ପାଇକମାଲ ଥାନା ପାଇକମାଲ ଗ୍ରାମ ର ଏଡି ନାସିର୍ (୩୫) ଙ୍କୁ ଗରିଫ କରି ଥାନା ନଂ ୧୬୨ /୨୧ ୟୁ/ଏସ ଆଇପିସି ଦଫା ୨୭୪/୨୭୫ ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ମାନଙ୍କୁ କୋଟ ଚାଲାଣ କରାଯାଇଛି ବୋଲି ପାଇକମାଲ ଆଇଆଇସି ବିଶ୍ଵଜିତ ମନୋବଧ ସୂଚନା ଦେଇଛନ୍ତି ।(ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version