ବାଙ୍କୀ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର ସୁବର୍ଣ୍ଣପୁର ପଞ୍ଚାୟତରେ କେତେକ ବ୍ୟକ୍ତି ବିଜେପିରେ ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର (ସୁବର୍ଣ୍ଣପୁର) ପଞ୍ଚାୟତରେ କେତେକ ବ୍ୟକ୍ତି ବିଜେପିରେ ଯୋଗଦାନ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବାଙ୍କୀର ବରିଷ୍ଠ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱ ଉପରେ ଭରସା ରଖି ବାଙ୍କୀ ୩୬ନମ୍ବର ଜୋନ୍ ବିଜେପି ସଭାପତି ପ୍ରସନ୍ନ ସ୍ୱାଇଁଙ୍କ ନେତୃତ୍ୱରେ ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମର ଲିପୁ ରଞ୍ଜନ ଦାଶ, ଘୋଡ଼ାବର ଗ୍ରାମର ପ୍ରସନ୍ନ କୁମାର ସାହୁ, ହୃଦାନନ୍ଦ ସାହୁ, ବସନ୍ତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଛନ୍ତି ।

ବିଜେପିରେ ଯୋଗଦାନ କରିଥିବା କର୍ମୀମାନଙ୍କୁ ବିଜେପି ନେତା ଶ୍ରୀ ପାଢ଼ୀ ସମସ୍ତଙ୍କୁ ପୁଷ୍ପଗୁଚ୍ଛ, ଦଳୀୟ ଉତ୍ତରୀ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରିଥିଲେ ବିଜେପିରେ ଯୋଗଦାନ କରିଥିବା ଯୁବକମାନେ ନିଷ୍ଠାର ସହିତ ନୀତି ଆଦର୍ଶକୁ ମାନି ବିଜେପି ଦଳ ପାଇଁ କାର୍ଯ୍ୟକରିବା ପାଇଁ ସଂକଳ୍ପ କରିଛନ୍ତି ।

Exit mobile version