ଆଇ.ଆଇ.ଏଫ୍‌.ଏଲ୍ ଅର୍ଥ ଯୋଗାଣକାରୀ ସଂସ୍ଥା ୭୪ ତମ ଶାଖା ବାଙ୍କୀ ରେ ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର )ବାଙ୍କୀ:-ଆଜି ବାଙ୍କୀ କଚେରୀ ଛକଠାରେ ଆଇ.ଆଇ.ଏଫ୍‌.ଏଲ୍ ଅର୍ଥ ଯୋଗାଣକାରୀ ସଂସ୍ଥାର ୭୪ତମ ଶାଖା ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଛି।ଶ୍ରୀ ତ୍ରିପାଠୀ ସଂସ୍ଥାର ଉନ୍ନତିକାମନା କରି ଏହା ବାଙ୍କୀ ଜନ ସାଧାରଣ ଙ୍କ ଉନ୍ନତି କରିବ ବୋଲି ପ୍ରକାଶ କରିଥିଲେ। ଏରିଆ ମ୍ୟାନେଜର ରଜତ କୁମାର ସାମଲଙ୍କ ତତ୍ୱାବଧାନରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅର୍ଥ ଲଗାଣ ସଂସ୍ଥା ର ମୁଖ୍ୟ କାର୍ଯ୍ୟାଳୟ ବମ୍ବେ ଠାରେ ଅବସ୍ଥିତ। ଏହି କାର୍ଯ୍ୟାଳୟ ମାଧ୍ୟମରେ ସୁନା ଋଣ, ନିବେଶ , ଅନ୍ୟାନ୍ୟ ଋଣ, ବୀମା ଜନସାଧାରଣମାନଙ୍କୁ ସୁବିଧାରେ ଯୋଗାଇ ଦିଆଯିବ ବୋଲି କ୍ଲଷ୍ଟର ମ୍ୟାନେଜର ପ୍ରିୟଦର୍ଶି ଲିଙ୍କନ ପଟ୍ଟନାୟକ ପ୍ରକାଶ କରିଥିଲେ । ଶାଖାର ସମସ୍ତ ସେବା ଲୋକମାନଙ୍କ ପାଖକୁ ସହଜରେ କିପରି ପହଞ୍ଚି ପାରିବ ଏବଂ ଲୋକମାନେ ଏହାର ସୁବିଧା କିପରି ପାଇପାରିବେ

ମାର୍କେଟିଂ ମ୍ୟାନେଜର ଶାଶ୍ୱତ ପୃଷ୍ଟି ବୁଝାଇଥିଲେ । ଟେରିଟୋରିଆଲ୍ ମ୍ୟାନେଜର ଦୀପକ କୁମାର ସାହୁ ବ୍ୟବସାୟ କିପରି ବୃଦ୍ଧି ଘଟିବ ସେ ସଂପର୍କରେ ମତପ୍ରକାଶ କରି ଜନସାଧାରଣଙ୍କ ସହଯୋଗ ଲୋଡିଥିଲେ । ଶାଖା ପରିଚାଳକ ପ୍ରଭାସ ପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବାଙ୍କୀରଓକିଲ ସଂଘ ଉପସଭାପତି ସନ୍ତୋଷ କୁମାର ରଣା, ପ୍ରେସକ୍ଳବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ପୂର୍ବତନ କାଉନସିଲର ସୌମେନ୍ଦ୍ର ମିଶ୍ର,ସାମ୍ବାଦିକ ଗୌତମ ମିଶ୍ର ,ଅନନ୍ତ ରଣା, ସନ୍ତୋଷ କୁମାର ସାହୁ, ପ୍ରତାପ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ । ଶାଖାର କର୍ମଚାରୀ ରୁଦ୍ରପ୍ରସାଦ ମହାପାତ୍ର, ଗୁଣ୍ଡିଚା ରଣା, ସ୍ମୃତିଲେଖା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Exit mobile version