ନୟାଗଡ :- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତା ରେ ଏକ ମେଗା SHG ସମନ୍ୱୟ ମେଳା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ନୟାଗଡ :- ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ ସୃଜନ ସଭାଗୃହ ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତା ରେ ଏକ ମେଗା SHG ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲା ର 672 ଗୋଟି SHG ର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁ ମିଶନ ଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା । ତନ୍ମଧ୍ୟରୁ 503 ଗୋଟି SHG ର ଲୋନ ବ୍ୟାଙ୍କ ତରଫରୁ sanction କରାଯାଇଥିଲା ଯାହାକି ମୋଟ 12.88 କୋଟି ।

ଏହି ରାଶି ଏହି 503 ଗୋଟି SHG ର ମହିଳା ମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ର SHG ମାନଙ୍କ ଜୀବିକା ରେ ଉନ୍ନର୍ତି ଆସିବ ତଥା ଗ୍ରାମାଞ୍ଚଳ ରେ ଅର୍ଥନୈତିକ ବିକାଶ ଘଟିବ । କୋଭିଡ଼ ପରିସ୍ଥିତି ଯୋଗୁ ଲୋକଙ୍କ ଜୀବନ ଜୀବିକା ନିହାତି ଭାବରେ ଖରାପ ହୋଇଛି ଆଉ ଏହି ପରିସ୍ଥିତି ରେ ଏହିଭଳି ମେଗା ମେଳା ନିହାତି ଆବଶ୍ୟକ ଥିଲା ।

ଏହି ମେଳା ରେ ଜିଲାପାଳ ନୟାଗଡ ଡ଼ଃ ପୋମା ଟୁଡୁ ଉପସ୍ଥିତ ରହି , କିଭଳି ସମସ୍ତ SHG ମାନେ ବ୍ୟାଙ୍କ ରୁ ମିଶନ ଶକ୍ତି ଲୋନ ନେଇ ନିଜର ଆର୍ଥିକ ପରିସ୍ଥିତି ସଜାଡି ପାରିବେ ବୋଲି କହିଥିଲେ । ଏହି ମେଳାରେ PD DRDA , ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର CGM , GM , DGM ,RM ଆଦି ଉପସ୍ଥିତ ଥିଲେ । ଏହି ମେଳା ରେ ବ୍ୟାଙ୍କ ଦ୍ୱାରା ବଛା ଯାଇଥିବା SHG ମାନଙ୍କୁ sanction order ପ୍ରଦାନ କରାଯାଇଥିଲା । ଏହା ସହିତ DRDA କ୍ୟାମ୍ପସ ରେ ମଧ୍ୟ SHG ମାନଙ୍କ ଦ୍ୱାରା କରାଯାଇଥିବା ଜୀବିକା ଭିତିକ କାର୍ଯ୍ୟକ୍ରମ stall କରାଯାଇଥିଲା ଯେଉଁଥିରେ ବିଭିନ୍ନ ବ୍ଲକ ରୁଆସିଥିବା ଜୀବିକା ମିଶନ ମିଶନ ଶକ୍ତି ର 7 ଗୋଟି SHG ଅଂଶଗ୍ରହଣ କରିଥିଲେ ।(ରିପୋର୍ଟ -ରାମକୃଷ୍ଣ ରଥ ) 

Exit mobile version