ମନ୍ତ୍ରୀ ସୁଶାନ୍ତ ସିଂ ମାରାଥନ ଉଦଘାଟନ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ବରଗଡ଼ :-ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମିତ କୋଠଗୃହକୁ ଉଦଘାଟନ କରିଥିଲେ। ଉକ୍ତ ବ୍ଲକ ଅନ୍ତର୍ଗତ ଶ୍ରୀଗିଡାଠାରେ ନବ ନିର୍ମିତ ମିଶନ ଶକ୍ତି ଗୃହ ଓ ଅଙ୍ଗନବାଡ଼ି କେନ୍ଦ୍ର ର ନୂତନ ଗୃହ ଲୋକାର୍ପଣ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ବିଡ଼ିଓ ବିଶ୍ବ ରଞ୍ଜନ କର, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ସିଡିପିଓ ଶ୍ରୀମତୀ ରାସେଶ୍ୱରୀ ସାହୁ, ସହକାରୀ ଯନ୍ତ୍ରୀ ନରେଶ ଅଗ୍ରୱାଲ,

ସରପଞ୍ଚ ପୁଷ୍ପାଞ୍ଜଳି ବୁଡେକ, ପ୍ରଫୁଲ୍ଲ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଛୁରିଆ ପାଲିଠାରେ ନୂତନ ଆୟୁର୍ବେଦ ଚିକିତ୍ସାଳୟ ର କୋଠା କୁ ଲୋକାର୍ପିତ କରିଥିଲେ। ଏହି ଅବସରରେ ସେଠାରେ ଭାର ପ୍ରାପ୍ତ ଆୟୁର୍ବେଦ ଜିଲ୍ଲା ଚିକିତ୍ସାଧିକାରୀ, ମେଡିକାଲ ଅଫିସର ଡାକ୍ତର ନରେନ୍ଦ୍ର କୁମାର ରାଉତ, ସରପଞ୍ଚ ହରେକୃଷ୍ଣ ବାରିକ, ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ବିଡ଼ିଓ ବିଶ୍ବ ରଞ୍ଜନ କର, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ପ୍ରଫୁଲ୍ଲ କୁମାର ପଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।              ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)

Exit mobile version