କୁମ୍ଭାରୀ କୃଷି ସମବାୟ ସମିତି ସମ୍ପାଦକ ଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ବରଗଡ଼ :-ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ କୃଷି ସମବାୟ ସମିତି ର ସମ୍ପାଦକ ଗୈାର ଚନ୍ଦ୍ର ବୁଦ୍ଧିଆ ଙ୍କ ଘରେ ଏବଂ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ୮୭.୫ ଲକ୍ଷ ଟଙ୍କା ର ସମ୍ପତ୍ତି ତଦନ୍ତ ପରିସରଭୁକ୍ତ କରିଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢାଉ କରିଥିଲେ। ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମା ଙ୍କ ନିର୍ଦ୍ଦେଶନାରେ ବରଗଡ଼ ଭିଜିଲାନ୍ସ ବିଭାଗ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ଦୁଇ

ଟି ଟିମ୍ ଏକ କାଳୀନ ତାଙ୍କ କୁମ୍ଭାରୀ ସ୍ଥିତ ବାସଭବନରେ ଏବଂ କୃଷି ସମବାୟ ସମିତି କାର୍ଯ୍ୟାଳୟ ରେ ଚଢ଼ାଉ କରିଥିଲେ। ଏପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ମିଳି ଥିବା ସୂଚନା ମୁତାବକ ଦୁଇ ମହଲା କୋଠାଘର,୨୬.୩୧ ଲକ୍ଷ ଟଙ୍କା ବ୍ୟାଙ୍କ ଜମା,୧.୯୮ ଲକ୍ଷ ଟଙ୍କା ର ଏଲଆଇସି ଜମା,୨ଟି ଘର ପ୍ଲଟ ଜମିବାଡ଼ି ସମ୍ପର୍କିତ କାଗଜପତ୍ର,୩ ଟି ଟୁ ଓ୍ବିଲର କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି।      (ସତ୍ୟ ନାରାୟଣ ପ୍ରଧାନ)

Exit mobile version