ଖଟିଆରେ ବୁହା ହେଲେ ରୋଗୀ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ବରଗଡ଼ :- ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ପକ୍କା ରାସ୍ତାଟିଏ ହୋଇପାରି ନାହିଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଅନେକ ଯୋଜନା ରେ ପକ୍କା ରାସ୍ତା ନିର୍ମାଣ ହେଉଥିବା ବେଳେ କଣ୍ଟାତଳ ଗ୍ରାମ ପାଇଁ ସ୍ବପ୍ନ ଅଟେ। ଅନ୍ୟପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ରହିଛି। ଫଳରେ କଣ୍ଟାତଳ ଗ୍ରାମବାସୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି ଉକ୍ତ ଗ୍ରାମର

୬୫ ବର୍ଷିୟା ବୃଦ୍ଧ ଭକ୍ତ ଚରଣ ନାଏକ ହଠାତ୍ ଅସୁସ୍ଥ ହେବା ଯୋଗୁଁ ତାଙ୍କୁ ପରିବାର ଲୋକେ ଖଟରେ ବୋହି ଡାକ୍ତରଖାନା ନେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ତାଙ୍କୁ ନିକଟସ୍ଥ ଗ୍ରାମ ପତ୍ରାପାଲି ପର୍ଯ୍ୟନ୍ତ ଖଟରେ ବୋହିକି ଆଣିବା ପରେ ଏକ ଭଡ଼ାଗାଡିରେ ଖେଦାପାଲି ସ୍ଥିତ ବରଗଡ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଅଞ୍ଚଳବାସୀ ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ରାସ୍ତା ନିର୍ମାଣ ପ୍ରତି ଦେଉନଥିବାରୁ ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛ।   (ସତ୍ୟ ନାରାୟଣ ପ୍ରଧାନ)

Exit mobile version