ଇକୋ କ୍ଳବ ତରଫରୁ ଚଢେଇ ବସା ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ରାୟଗଡ(ଗଜପତି ):-ଗଜପତି ଜିଲ୍ଲା ରାୟଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଇକୋ କ୍ଳବ ତରଫରୁ ପକ୍ଷୀ ମାନଙ୍କ ସରନକ୍ଷଣ ସକାଶେ ଚଢେଇ ଘର ଓ ବିଭିନ୍ନ ପ୍ରଜାତିର ଫୁଲ ଓ ଫଳ ଗଛ ରୋପଣ କରାଯାଇଥିଲା. ବ୍ଲକ ଶିକ୍ଷା ଅଧିକାରୀ ମନ ରଞ୍ଜନ ସେଠୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରିବନ କାଟି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ.ପକ୍ଷୀ ମାନଙ୍କ ରହିବା ସକାଶେ ବିଦ୍ୟାଳୟ ଭିତରେ ଥିବା ବଗିଚାର ଚତୃପାର୍ଶ୍ୱ ରେ ପକ୍ଷୀ ବସା ଓ ପକ୍ଷୀ ମାନଙ୍କ ଖାଇବା

ସକାଶେ ପାତ୍ର ମାନ ଖଞ୍ଜା ଯାଇଥିଲା. BEO ଶ୍ରୀ ସେଠୀ ପକ୍ଷୀ ମାନଙ୍କ ସଂରକ୍ଷଣ ସକାଶେ ପକ୍ଷୀ ବସାର ଉପାଦେୟତା ସମ୍ପର୍କରେ ବୁଝାଇଥିଲେ.ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସବୁଜ ରଙ୍ଗର ସାର୍ଟ ଓ ଟୋପି ପ୍ରଦାନ କରାଯାଇ ଥିଲା.ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏସ. ମଣିମାଳା,ରାୟଗଡ CRCC ଆର. ଲକ୍ଷ୍ମଣ ରାଓ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version