ଗଜପତି ଜିଲ୍ଲା କାଶୀନଗର ବ୍ଲକ ଉପାଧକ୍ଷା କେ. ଜୟାଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ ପ୍ରକାଶ

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷ କେ.ଜୟାଙ୍କ ପରଲୋକ ହୋଇ ଯାଇଛି ।ଶ୍ରୀମତି ଜୟା ଗତ କିଛିଦିନ ହେଲା ବହୁତ ଅସୁସ୍ଥ ଥିଲେ। କାଶୀନଗର ବ୍ଲକ୍ ପୁରୁଷ ଅଧ୍ୟକ୍ଷ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦଟି ମହିଳା ମାନଙ୍କ ପାଇଁ ସଂରକ୍ଷିତ ଥିଲା ।

ଗତ ସୋମ ବାର । ଦିନ ତାଙ୍କ ଦେହାନ୍ତ ହୋଇଗଲା ବୋଲି କାଶୀନଗର ବ୍ଲକ୍ ଅଧ୍ୟକ୍ଷ ସିଏଚ.ସିମାଦ୍ରି ସୂଚନା ଦେଇଛନ୍ତି । ସେ ଜଣେ ପରୋପକାରୀ ମହିଳା ଥିଲେ।ତାଙ୍କ ମୃତ୍ୟୁ ଖବର କାଶୀନଗର ବ୍ଲକ୍ ରେ ଶୋକର ଛାୟା ଖେଳାଇଦେଇଛି ।

ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ ବ୍ଲକ୍ ଅଧ୍ୟକ୍ଷ ସିମାଦ୍ରୀ ବରିଷ୍ଠ ବିଜେପି ନେତା ବାବୁ ରାଓ, ଚି ଟି ବାବୁ ଗଭୀରଶୋକ ପ୍ରକାଶ କରିବା ସହ ଶୋକ ସନ୍ତେପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । (ଗରୁଡ଼ଧ୍ଵଜଚୌଧୁରୀ)

Exit mobile version