ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜରୁରୀ ଚିକିତ୍ସା ଗୃହ ମଧ୍ୟରୁ ସୋମବାର ସଂନ୍ଧ୍ୟାରେ – ୪ଫୁଟ ଲମ୍ବର ବିଷାକ୍ତ ତମ୍ପ ସାପକୁ ଉଦ୍ଧାର 

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର ପିପିଲି :- ଡାକ୍ତରଖାନା ବର୍ହିଃ ବିଭାଗ କୋଠା ମଧ୍ୟରେ ଜରୁରୀ ରୋଗୀଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ କୋଠରୀ ମଧ୍ୟରେ ଏହି ବିଷାକ୍ତ ତମ୍ପ ସାପ ଫଣା ଟେକି ରହିଥିବାର ଜଣେ ରୋଗୀଙ୍କ ସଂପର୍କୀୟ ପ୍ରଥମେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ଡାକ୍ତରଖାନାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ରୋଗୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ପରେ ଡାକ୍ତରଖାନା କତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ସ୍ନେକ୍‍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା ସେଠାରେ ପହଞ୍ଚି ଅତି ସତର୍କତାର ସହ ସାପଟିକୁ ଉଦ୍ଧାର କରି ଜନବସତି ଠାରୁ ଦୂରରେ ଥିବା ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିବା ସୂଚନା ମିଳିଛି ।

ଡାକ୍ତରଖାନା ପରିସର ଓ ଏହାର ଚତୁଃପାଶ୍ୱର୍ ଏବେ ଅନାବନା ଗଛ ଯୋଗୁଁ ବଣବୁଦାରେ ପରିଣତ ହେବା ସହ ବର୍ଷାଜଳ ଜମି ରହିବା କାରଣରୁ ସେଠାରେ ବିଷାକ୍ତ ସାପଙ୍କ ଆତଙ୍କ ସୃଷ୍ଟି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ସୁତରାଂ, ଡାକ୍ତରଖାନା କର୍ମଚାରୀ, ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସୁରକ୍ଷା ପାଇଁ ଡାକ୍ତରଖାନା ପରିବେଶକୁ ସଂପୂର୍ଣ୍ଣ ପରିଷ୍କାର କରାଯିବାକୁ ଦାବି ହୋଇଛି ।

Exit mobile version