ରଣପୁର ବ୍ଲକର, ଚାନ୍ଦପୁର : ଡ଼କାୟତ କବଳରୁ ଅପହୃତ ନାବାଳିକାଙ୍କୁ ଉଦ୍ଧାର କଲେ ଚାନ୍ଦପୁର ପୋଲିସ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ରଣପୁର :- ରଣପୁର ବ୍ଲକ ଚାନ୍ଦପୁର ଅଞ୍ଚଳର ଏକ ନାବାଳିକା କୁ ନେଇ ଗତ କିଛି ଦିନ ତଳେ ଏକ ଜୈନିକ ବ୍ୟକ୍ତି ଫେରାର ହୋଇଯାଇଥିଲେ , ଯେ କି ସୁନଖଳା ର ଦିବ୍ୟଜ୍ୟୋତି ରାଉତ ବୋଲି ଜଣା ପଡ଼ିଛି । ତେବେ ଚାନ୍ଦପୁର ପୋଲିସ ଏହି କେସ୍ କୁ ଛାନଭିନ୍ କରି ଉକ୍ତ ନାବାଳିକା ଙ୍କୁ ଭୁବନେଶ୍ୱରରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଏବଂ ଉକ୍ତ ଫେରାର ଅଭିଯୁକ୍ତ କୁ ରବିବାର ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ରୁ ଗିରଫ କରାଯାଇଥିଲା ।

ପୋଲିସ ରେକର୍ଡ ଅନୁସାରେ ନାବାଳିକା ଙ୍କୁ ଅପହରଣ କରିଥିବା ଉକ୍ତ ଅଭିଯୁକ୍ତ ଦିବ୍ୟଜ୍ୟୋତି ରାଉତ (ରୀଙ୍କୁ) ନାମ ରେ ପୂର୍ବରୁ ବହୁତ ମାମଲା ରୁଜ୍ଜୁ ହୋଇଛି ଯାହାର ତଦନ୍ତ ପରେ ବୋମା ବିସ୍ଫୋରଣ , ଲୁଟେରା ଗ୍ୟାଙ୍ଗ ଭଳି ୧୦ ରୁ ଅଧିକ ଅପରାଧିକ କାର୍ଯ୍ୟ ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ଉକ୍ତ ଅଭିଯୁକ୍ତ ନାମରେ ଫୁଲବାଣୀ, ଭୁବନେଶ୍ୱର , ସୁନଖଳା , ଖୋର୍ଦ୍ଧା ଓ କମିଶନରେଟ୍ ରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି ଯାହାର ଆମୂଳଚୂଳ ତଦନ୍ତ କରି ଥାନା ରେ ୬୮/୨୧ ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଛି ଚାନ୍ଦପୁର ପୋଲିସ । ଡ଼କାୟତ କବଳରୁ ଚାନ୍ଦପୁର ପୋଲିସ ନାବାଳିକା କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ ।

Exit mobile version