ବରଗଡ଼ : ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ବରଗଡ଼ :- ବରପାଲି ମହାବିଦ୍ୟାଳୟ ର ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୫୯ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭ୍ୟ ତଥା ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ଙ୍କ ପୈ।ରହିତ୍ୟ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରକୃତି ପ୍ରେମ ଉପରେ ଆଲୋଚନା କରିଥିଲେ ।  ମୁଖ୍ୟ ବକ୍ତା ଭାବେ ଡ଼ଃ ପ୍ରଦୀପ ହୋତା ଯୋଗ ଦେଇ କବି ଗଙ୍ଗାଧର ମେହେରଙ୍କ ତପସ୍ଵିନୀ କାବ୍ୟ ରଚନା ଉପରେ ଆଲୋକପାତ କରିଥିଲେ । 

ଅନ୍ୟତମ ବକ୍ତା ଭାବେ ଗଙ୍ଗାଧର ସାହିତ୍ୟର ଗବେଷକ ଡକ୍ଟର ରଘୁନାଥ ମେହେର ଯୋଗଦେଇ କବିଙ୍କ ସାହିତ୍ୟ ରେ ସାମାଜିକ ଦୃଶ୍ୟ ଉପରେ ଆଧାରିତ ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସଭାରେ ଅଶୋକ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବାଲ କିଶୋର ଖାଡଙ୍ଗା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଉତ୍ତର କୁମାର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version