କାଶୀନଗରରେ ଗୋ ପୂଜନ ଓ ରକ୍ଷାବନ୍ଧନ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) କାଶୀନଗର :- ପବିତ୍ର ରକ୍ଷାବନ୍ଧନ ଅବସରରେ କାଶୀନଗର ପଶୁ ଚିକିତ୍ସାଳୟରେ ରାଷ୍ଟୀୟ ଗୋକଲ୍ୟାଣ ପରିଷଦ ତରଫରୁ ଗୋମାତାଙ୍କୁ ପୂଜାଅର୍ଚନା ସହ ରାକ୍ଷୀବନ୍ଧନ କରାଯାଇଥିଲା । ରାଷ୍ଟୀୟ ଗୋକଲ୍ୟାଣ ବିକାଶ ପରିଷଦର ଗଜପତି ଜିଲ୍ଲା ସଭାପତି ହୃଷୀକେଶ ଗୌଡ ଉକ୍ତ ପୂଜନ ପର୍ବରେ ଅଦ୍ଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ପଶୁ ଚିକିତ୍ସା ଅଧିକାରୀ ଡାକ୍ତର ବାଣିକଣ୍ଠ ଖଟୁଆ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଲିପିକା ସ୍ଵାଇଁ ଯୋଗ ଦେଇ ଗୋ ଦିବସ ସମ୍ପର୍କରେ ସଚେତନ ଓ ଗୋପାଳନର ଉପକାରିତା ବିଷୟକୁ ବୁଝାଇଥିଲେ । ଏହି ଅବସରରେ ତିନି ଜଣ ଗୋପାଳକଙ୍କୁ ସମ୍ବର୍ଧନା ଦିଆଯାଇଥିଲା ।ଉକ୍ତ ଉତ୍ସବରେ ବି ନାଗେଶ୍ଵର ରାଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ବହୁ ଗୋପାଳକ,ଭଦ୍ରବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

Exit mobile version