ଭିନ୍ନ ମଣିଷର ଭିନ୍ନ ରୁଚିରେ ରକ୍ଷା ବନ୍ଧନ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ଅଗଷ୍ଟ ରବିବାର ) ଓଡ଼ଗାଁ :- ପବିତ୍ର ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରଧାନ କୃଷି ଭିତ୍ତିକ ଗଣ ପର୍ବ। ଏହି ଦିନକୁ କିଏ ରାକ୍ଷୀ ପୂର୍ଣ୍ଣିମା ତ କିଏ ଗହ୍ମା ପୂର୍ଣ୍ଣିମା କହିଥାନ୍ତି । ପ୍ରଭୁ ବଳଦେବଙ୍କର ଆଜି ମଧ୍ୟ ଜନ୍ମଦିନ ।ଦିନ ଥିଲା ଓଡ଼ିଶାର ପୁରପଲ୍ଲୀରେ ଏହି ପର୍ବଟି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବହୁତ୍ ଧୁମ୍ ଧାମରେ ପାଳିତ ହେଉଥିଲା।ଆଜି ତାହା କେବଳ ରକ୍ଷାବନ୍ଧନ ମଧ୍ୟରେ ସୀମିତ ରହି ଯାଇଛି।ଏ କ୍ଷେତ୍ରରେ ପରିବେଶ ସାଥି ତଥା ସାମାଜିକ କର୍ମୀ ସୁକାନ୍ତ ଭାଇ, କୁରାଳ,ଅତୀତ ପରମ୍ପରା କୁ ଲୋକ ଲୋଚନ କୁ ଆଣିବା ସହିତ କିଛି ଭିନ୍ନ ରୁଚିର କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଛନ୍ତି। ବୁଲି ବୁଲି ଅା ବାଳ ବୃଦ୍ଧ ବନିତା ଙ୍କୁ ରାକ୍ଷୀ ବାନ୍ଧିବା ସହିତ ଡାକବାଜି ଯନ୍ତ୍ର ବ୍ୟବହାର କରି

ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ମନୁଷ୍ୟ, ପଶପକ୍ଷୀ ତଥା ବୃକ୍ଷଲତା ଙ୍କ ସୁରକ୍ଷା ନିମନ୍ତେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ନିବେଦନ କରିଥିଲେ। ଏହା ସହିତ ପରିବେଶ ସାଥି ତଥା ସାମାଜିକ କର୍ମୀ ମାନଙ୍କ ସହାୟତାରେ ବୃକ୍ଷ ମାନଙ୍କୁ ରାକ୍ଷୀ ବନ୍ଧନ,ବୃକ୍ଷ ଚାରା ବଣ୍ଟନ,ଗରିବ ଲୋକଙ୍କୁ ବସ୍ତ୍ର,ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ,ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଉପହାର,ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ପ୍ରଦାନ ଓ ସ୍କୁଲ୍ ଯାଇ ନଥିବା ପିଲା ମାନଙ୍କୁ ଶିକ୍ଷାଦାନ,କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ଅରବିନ୍ଦ ଙ୍କ ସମର୍କିତ୍ ପୁସ୍ତକ ବଣ୍ଟନ ,

କରୋ ନା ସୁରକ୍ଷା ବାର୍ତ୍ତା ସହ ହାତ ଧୁଆ ସାବୁନ ଓ ମାସ୍କ୍ ବଣ୍ଟନ କରିଥିଲେ।ଉତ୍କଳୀୟ ପରମ୍ପରା କୁ ଆଜି ର ପିଢ଼ି ଙ୍କ ପାଖରେ ପହଞ୍ଚାଇବାକୁ ଯାଇ ଗୋରୁ ଓ କୃଷି ଉପକରଣ ପୂଜନ କାର୍ଯ୍ୟରେ ଅଂଶ ଗ୍ରହଣ କରିବା ସହିତ ଗହ୍ମା ଡ଼ିଆଁ ପ୍ରତିଯୋଗିତା ର ଆୟୋଜନ କରି ଆଧୁନିକ ଓ ପରମ୍ପରା ପ୍ରେମୀ ମାନ ଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।ସେ ମହାଶୟ ଙ୍କ ପ୍ରତିବର୍ଷ ନିଆରା ଢଙ୍ଗରେ ପାଳନ କରି ଜନ ସଚେତନତା ସୃଷ୍ଟି କରିବାର ଧାରା ଅନୁକରଣୀୟ। ( ଓଡ଼ଗାଁ ରିପୋର୍ଟ — ଅଶ୍ଵିନୀ କୁମାର ସାହୁ )

Exit mobile version