ବରଗଡ଼ : ରକ୍ଷା ବନ୍ଧନ ଓ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ବରଗଡ଼ :- ବରଗଡ଼ ଚକରକେନ୍ଦ ଛକଠାରେ ଥିବା ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆନୁକୂଲ୍ୟରେ ଅନୁଷ୍ଠିତ ପବିତ୍ର ରକ୍ଷା ବନ୍ଦନ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବ କୁ ସୋହେଲା କଲେଜ ର ପୂର୍ବତନ ଅଧକ୍ଷ ଶ୍ରୀ ଟେକ ଚାନ୍ଦ ଦୁଆନ ଯୋଗଦାନ କରି ଉଦଘାଟନ କରିଥିଲେ । ଶ୍ରୀ ସୁରେନ୍ଦ୍ର ମେହେର ସଭାପତି ସଂଯୁକ୍ତ ଯୁବ ସଂଗଠନ, ବରଗଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଶ୍ରୀ ଦୁଆନ କବି ଗଙ୍ଗାଧରଙ୍କ ତପସ୍ୱିନୀ କାବ୍ୟ ଉପରେ ଆଲୋଚନା କରି ରକ୍ଷା ବନ୍ଦନ ଉତ୍ସବର ତାତ୍ପର୍ଯ୍ୟ ସମନ୍ଧରେ ଆଲୋକପାତ କରିଥିଲେ l

ଅପରାହ୍ନ ଅଧିବେଶନ ରେ ବରିଷ୍ଠ ନାଗରିକ ସଂଘ ର ସମ୍ପାଦକ ଶ୍ରୀ ପ୍ରହଲ୍ଲାଦ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠୋସବ ରେ ପ୍ରଥମେ ଲବଙ୍ଗ ସାହୁ ପ୍ରାରମ୍ଭିକ
ସଂଗୀତ ଗାନ ପରେ ଶ୍ରୀମତୀ ନୁରା ସାହୁ, ସତ୍ୟ ବତୀ ଜେନା, କୁଶ ପ୍ରଧାନ, ବନମାଳୀ ସାହୁ, ଦେବାନନ୍ଦ ପଧାନ, ଲଳିତ ବାରିକ ଯୋଗଦେଇ ନିଜର ସ୍ୱ ରଚିତ କବିତା ଆବୃତ୍ତି କରିଥିଲେ l

ଏହି ଉତ୍ସବ ରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇଥିବl ବେଳେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀ ଉତ୍ସବ କୁ ପରିଚାଳନା କରିଥିଲେ ମାତୃଛାୟା କାଉନସିଲର ରଙ୍କିତା ଜୁଆଡ଼ି ଓ ମାତୃଛାୟା ଅନ୍ତେବାସିନୀ ମଥୁରା, ପୂର୍ଣ୍ଣା, ଓ ଅନ୍ୟ ମାନେ ଆସିଥିବା ଅଥିତି ମାନଙ୍କୁ ରlଖି ବାନ୍ଦି ଆଶୀର୍ବାଦ ଭିକ୍ଷା କରିଥିଲେ l ବାନପ୍ରସ୍ଥ ର ଅନ୍ତେବାସିନୀ ଜ୍ୟୋସ୍ନା, ପ୍ରମିଳା ଅତିଥି ସତ୍କାର କରିଥିଲେ ଅନ୍ୟନ୍ୟ ସମସ୍ତ କାର୍ଯ୍ୟକ୍ରମ ରେ ମାତୃଛାୟା ଓ ବlନପ୍ରସ୍ଥ ର ଅନ୍ତେବାସୀ ମାନେ ଯୋଗଦେଇ ଉତ୍ସବ କୁ ଉପଭୋଗ କରିଥିବାବେଳେ ସଂଯୁକ୍ତ ଯୁବ ସଙ୍ଘଠନ ର ଉପ ସଭାପତି ଶ୍ରୀ ଉମେଶ ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version