ବରଗଡ଼ : ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ର ବିଭିନ୍ନ ସ୍ଥାନରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଜିଲ୍ଲା ର ସଦର ମହକୁମା ଠାରେ ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଗୋଶାଳା ଛକଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିରେ ଜିଲ୍ଲା ପ୍ରଶାସନ ର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସେହିପରି ବରଗଡ଼ ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ପକ୍ଷରୁ ବିଧାୟକ ତଥା ସଂଘ ର ସଭାପତି ଦେବେଶ ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟ ମାନେ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

କବିଙ୍କ ଜନ୍ମମାଟି ବରପାଲି ଠାରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଗଙ୍ଗାଧର ମେହେର ସ୍ମୃତି ସଦନ, ଗଙ୍ଗାଧର ମେହେର ସାହିତ୍ୟ ପରିଷଦ, ଗଙ୍ଗାଧର ମେହେର କଳା ପରିଷଦ ଗଙ୍ଗାଧର ମେହେରଙ୍କ ଜନ୍ମ ପୀଠ ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସକାଳୁ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ଏଥିରେ ବିଜେପୁର ବିଧାୟିକା ରୀତା ସାହୁ,ସମାଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ, ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ବୀରେନ୍ଦ୍ର ନାଗ, ଡଃ ସୁବଳ ମାଝୀ, ମଧୁ ପ୍ରଧାନ, ଗୈାର ମିଶ୍ର,ଟିକାୟତ୍ ମହତ୍ତମ, ଝରଣା ମେହେର,ପ୍ରେମାଙ୍ଗିନୀ ମେହେର, ମମତା ମେହେର, ଡଃ ସୁରେନ୍ଦ୍ର ମେହେର, ସରୋଜ କୁମାର ମେହେର,ଗମନ ମେହେର ପ୍ରମୁଖ ସାମିଲ ଥିଲେ ।

ଚକରକେନ୍ ଠାରେ ଥିବା ସ୍ବେଚ୍ଛାସେବୀ ସଂଗଠନ ମାତୃଛାୟା ପରେ ମଧ୍ୟ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ଅତିଥି ଭାବେ ଶିକ୍ଷା ବିତ୍ତ ଟେକ୍ ଚାନ୍ଦ ଦୁଆନ, ଉମେଶ କୁମାର ଯୋଗଦେଇଥିଲେ । ଅନୁଷ୍ଠାନ ର ସମ୍ପାଦକ ଦେବଦତ୍ତ ତ୍ରିପାଠୀ ଏବଂ ସଂଯୋଜିକା ଲବଙ୍ଗ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version