ବରଗଡ଼ : ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ଶ୍ରାଦ୍ଧୋତ୍ସବ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ବରଗଡ଼ :- ପୂର୍ବତନ ବିଧାୟକ ସୁବଳ ସାହୁ ଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି । ଦିବଂଗତ ବିଧାୟକ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏଥିରେ ସମାଜ ଖବର କାଗଜର ପୂର୍ବତନ ସମ୍ପାଦକ ବାମାପଦ ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କୁ ମିଷ୍ଟାନ୍ନ ଏବଂ ଅସହାୟ ଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଏଥିରେ ବିଜେପୁର ବିଧାୟିକା ରୀତା ସାହୁ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ କୃଷକ ପଲ୍ଲୀ ଠାରେ ଓଡିଶା ମୋ ପରିବାର ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଏବଂ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୈାର ମିଶ୍ର ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ । ଶିବିରକୁ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ,ଟିକାୟତ ମହତ୍ତମ,ରସାନନ୍ଦ ଥାପା, ସୁଧିର ଗଡତିଆ ପରିଚାଳନା କରିଥିଲେ। ଶିବିର ରୁ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । (ସତ୍ୟ ନାରାୟଣ ପ୍ରଧାନ) 

Exit mobile version