ଭୁବନେଶ୍ୱର : ଏକାମ୍ର ରେ ୧ କୋଟି ଟଙ୍କାର ରାସ୍ତା ଓ ଡ୍ରେନ ନିର୍ମାଣ

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୬୨ ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳ ରେ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ପ୍ରାୟ ୧କୋଟି ଟଙ୍କାର ରାସ୍ତା ଏବଂ ଡ୍ରେନ ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେଥିମଧ୍ୟରୁ ମହାବୀର ଛକ ଠାରୁ ପୋଖରୀପୁଟ ଗ୍ରାମ , କେଶୋରୀ ଭିଲ୍ଲା କଲୋନୀ, ମଦ୍ରାସା ଠାରୁ ଅନନ୍ତ ବିହାର ଏବଂ ଲେକ ଭ୍ୟାଲି ପ୍ରଭୃତି ଅନ୍ତର୍ଗତ । କାର୍ଯ୍ୟକ୍ରମ ରେ ପୂର୍ବତନ କର୍ପୋରେଟର ହୃଦୟବଲ୍ଲଭ ସାମନ୍ତରାୟ,ବି ଏମ୍ ସି ର କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁ ଏବଂ ବହୁ ସ୍ଥାନୀୟ ଅଞ୍ଚଳ ବାସି ଉପସ୍ଥିତ ଥିଲେ

Exit mobile version