‘ପିଲାଙ୍କ ପାଇଁ ଦିନଟିଏ’- ବାଙ୍କୀ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବାଙ୍କୀ :-ଆଜି ବାଙ୍କୀ ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ବିଡ଼ିଓ ପ୍ରଦୀପ କୁମାର ଶତପଥୀ , ଶିଶୁ ସୁରକ୍ଷା କମିଟି ଆବାହକ ସି.ଡି.ପି.ଓ ରୂପାଲି ମିତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି ଏହି କମିଟିର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିଥିଲେ । ଏହି କମିଟିରେ ଶିଶୁମାନଙ୍କର ସମସ୍ତ ଅଧିକାର ସଂପର୍କରେ ଆଲୋଚନା କରାଯାଇ ପଞ୍ଚାୟତ ସ୍ତରୀୟ କମିଟି ଗଠନ, ୱାର୍ଡ ସ୍ତରୀୟ କମିଟି ଗଠନ, ଶିଶୁ ସୁରକ୍ଷା ,ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ , ସର୍ବଶିକ୍ଷା ଅଭିଯାନରେ ବେଟି ପଢ଼ାଅ ବେଟି ବଞ୍ଚାଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି କର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ଉପାଧ୍ୟକ୍ଷ ମଦନମୋହନ ନାୟକ ,ବାଙ୍କୀ ଥାନା ଆଇ.ଆଇ.ସି ସୌମେନ୍ଦ୍ର କୁମାର ତ୍ରିପାଠୀ, ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀ ପ୍ରଦୀପ କୁମାର ସେଠୀ, ବାଙ୍କୀକଲେଜ ଉପାଧ୍ୟକ୍ଷ ମନୋଜ କୁମାର ମହାପାତ୍ର, ସାମାଜିକ ସଂପ୍ରସାରଣ ଅଧିକାରୀ ଲକ୍ଷ୍ମୀପ୍ରିୟା ଦାଶ, ଚିତ୍ତରଞ୍ଜନ ବେହେରା, ସ୍ୱର୍ଣ୍ଣପ୍ରଭା ରାଉତ, ସାମାଜିକ ସୁରକ୍ଷା ଅଧିକାରୀ ଜି.ଏ.ଜ୍ୟୋତିପ୍ରକାଶ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ମତପ୍ରକାଶ କରିଥିଲେ ।

Exit mobile version