‘ପିଲାଙ୍କ ପାଇଁ ଦିନଟିଏ’- ଡମପଡ଼ା ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବାଙ୍କୀ :- ଆଜି ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ଶିଶୁ ସୁରକ୍ଷା କମିଟି ଆବାହକ ସି.ଡି.ପି.ଓ ଫୁଲରାଣୀ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରି ଏହି କମିଟିର ଲକ୍ଷ୍ୟ ଓ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରକାଶ କରିଥିଲେ । ଏହି କମିଟିରେ ଶିଶୁମାନଙ୍କର ସମସ୍ତ ଅଧିକାର ସଂପର୍କରେ ପଞ୍ଚାୟତ ସ୍ତରୀୟ କମିଟି ଗଠନ, ୱାର୍ଡ ସ୍ତରୀୟ କମିଟି ଗଠନ, ଶିଶୁ ସୁରକ୍ଷା ,ବାଲ୍ୟବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ , ସର୍ବଶିକ୍ଷା ଅଭିଯାନରେ ବେଟି ପଢ଼ାଅ ବେଟି ବଞ୍ଚାଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି କର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ କମିଟିର କର୍ଯ୍ୟକାରୀ ଅଧ୍ୟକ୍ଷ ଡମପଡ଼ା ବ୍ଲକ ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା ,ବାଙ୍କୀ ଥାନା ଆଇ.ଆଇ.ସି ସୌମେନ୍ଦ୍ର କୁମାର ତ୍ରିପାଠୀ, ଡମପଡ଼ା ବ୍ଲକ ଶିକ୍ଷାଅଧିକାରୀ ପ୍ରିୟମ୍ବଦା ନନ୍ଦ, ବ୍ଲକ ଏସ୍ .ଏ.ଜି ଫେଡେରସନ୍ ସଭାପତି ଲିଲି ବେହେରା, ସାମାଜିକ ସଂପ୍ରସାରଣ ଅଧିକାରୀ ଲକ୍ଷ୍ମୀପ୍ରିୟା ଦାଶ, ସାମାଜିକ ସୁରକ୍ଷା ଅଧିକାରୀ ଜି.ଏ.ଜ୍ୟୋତିପ୍ରକାଶ ପ୍ରମୁଖ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜ ମତପ୍ରକାଶ କରିଥିଲେ ।

Exit mobile version